ପ଼ି.ଏମ. ଶ୍ରୀ ଯୋଜନାରେ ମଡ଼େଲ ପାର୍ଲିଆମେଣ୍ଟ କାର୍ଯ୍ୟକ୍ରମ ଅନୁଷ୍ଠିତ

ଆଜି ମଧ୍ୟାହ୍ନରେ ସ୍ଥାନୀୟ ସଂସ୍କୃତି ଭବନ ଠାରେ ପି.ଏମ.ଶ୍ରୀ ଯୋଜନା ଅଧିନରେ ମଡ଼େଲ ପାର୍ଲିଆମେଣ୍ଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସମଗ୍ର ଶିକ୍ଷା ଅଭିଯାନ ପକ୍ଷରୁ ଆୟୋଜିତ ଏହି ମଡ଼େଲ ପାର୍ଲିଆମେଣ୍ଟ କାର୍ଯ୍ୟକ୍ରମରେ ସରକାରୀ ଚାକିରୀ ନିଯୁକ୍ତି କ୍ଷେତ୍ରରେ ଦୁନୀତି ଶୀର୍ଷକ ଏକ ବିତର୍କ ସଭା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟର ୬୦ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣକରି ଶାସକ ଓ ବିରୋଧୀ ଦଳ ଭାବେ ଭୂମିକା ନିର୍ବାହ କରିଥିଲେ । ସରକାରୀ ଚାକିରୀ ନିଯୁକ୍ତି କ୍ଷେତ୍ରରେ ହେଉଥିବା ଦୁନୀିତିକୁ ପ୍ରସଙ୍ଗ କରି ବିରୋଧୀ ଦଳ ମାନେ ଶାସନ ବ୍ୟବସ୍ଥାର କଟୁ ସମାଲୋଚନା କରିଥିଲେ । ପ୍ରତ୍ୟୁତ୍ତରରେ ଶାସକ ଦଳ ଏହାର ନିରାକରଣ ପାଇଁ ଗ୍ରହଣ କରାଯାଉଥିବା ବିଭିନ୍ନ କାର୍ଯ୍ୟାନୁଷ୍ଠାନ ସଂପର୍କରେ ଅବଗତ କରାଇ ଦୁନୀତିକୁ କିଭଳି ରୋକା ଯାଉଛି ସେ ସଂପର୍କରେ ଯୁକ୍ତି ଉପସ୍ଥାପନ କରିଥିଲେ । ଉଭୟ ଶାସକ ଓ ବିରୋଧୀ ଦଳ ପ୍ରତିପକ୍ଷଙ୍କୁ ଦୃଷ୍ଟାନ୍ତ ମୂଳକ ଜବାବ ଦେଇଥିଲେ ।
ଏଭଳି କାର୍ଯ୍ୟକ୍ରମ ଆୟୋଜନ ଦ୍ୱାରା ପିଲାମାନଙ୍କ ମଧ୍ୟରେ ଗଠନମୂଳକ ରାଜନୀତିରେ ସ୍ପୃହା ଆସିବ ଏବଂ ସେମାନେ ଆଗାମୀ ଦିନରେ ଦେଶ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ଆଗେଇ ଆସିବେ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପରେଶ ଚନ୍ଦ୍ର ପାତ୍ର ମତବ୍ୟକ୍ତ କରିଥିଲେ । ଏହି ମଡେଲ ପାର୍ଲିଆମେଣ୍ଟ କାର୍ଯ୍ୟକ୍ରମ ଆୟୋଜନରେ ସମସ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ଓ ପ୍ରଧାନ ଶିକ୍ଷକମାନେ ସହଯୋଗ କରିଥିଲେ ।

Post Views6 Total Count

Apply Now


This will close in 0 seconds

error: Content is protected !!