ବଙ୍ଗୋପସାଗରରେ ଆସୁଛି ଆଉ ଏକ ବାତ୍ୟା

ବଙ୍ଗୋପସାଗରରେ ଆସୁଛି ଆଉ ଏକ ବାତ୍ୟା। କେବେ ଓ କେଉଁଠି ସ୍ଥଳ ଭାଗ ଛୁଇଁବ, ସେ ନେଇ କୌଣସି ଠିକ୍‌ ସୂଚନା ମିଳିପାରିନାହିଁ। ତଥାପି ଉତ୍ତର ଆନ୍ଧ୍ରପ୍ରଦେଶଠାରୁ ମିଆଁମାର ମଧ୍ୟରେ ଏହା ସ୍ଥଳଭାଗ ସ୍ପର୍ଶ କରିବା ଆଶଙ୍କା ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗ କହିଛି ଯେ ମାଲାକ୍କା ପ୍ରଣାଳୀ ଏବଂ ସଂଲଗ୍ନ ଦକ୍ଷିଣ ଆଣ୍ଡାମାନସାଗର ଉପରେ ସ୍ପଷ୍ଟ ଭାବେ ଚିହ୍ନିତ ଲଘୁଚାପ ଆଜି ସେହି ଅଞ୍ଚଳରେ ସକ୍ରିୟ ରହିଛି। ଏଥିସହ ଜଡ଼ିତ ଘୂର୍ଣ୍ଣିବଳୟ ମଧ୍ୟ ସମୁଦ୍ର ପତ୍ତନଠାରୁ ୭.୬ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଛି। ଏହା ପଶ୍ଚିମ-ଉତ୍ତରପଶ୍ଚିମ ଆଡ଼କୁ ଗତି କରି ସୋମବାର ଦକ୍ଷିଣ-ପୂର୍ବ ବ‌ଙ୍ଗୋପସାଗର ଓ ସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ଏକ ଅବପାତରେ ପରିଣତ ହୋଇପ‌ାରେ। ପଶ୍ଚିମ-ଉତ୍ତରପଶ୍ଚିମ ଆଡ଼କୁ ଆହୁରି ଆଗକୁ ବଢ଼ିବା ସହ ପରବର୍ତ୍ତୀ ୪୮ ଘଣ୍ଟା ଅର୍ଥାତ୍‌ ୨୬ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଉପରେ ଏକ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି। ୨୫ ତାରିଖ ସନ୍ଧ୍ୟାଠାରୁ ସମୁଦ୍ର ଭିତରେ ବାତ୍ୟାର ପ୍ରକୋପ ବଢ଼ିବ।

ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ପବନର ଘଣ୍ଟାପ୍ରତି ୫୦ରୁ ୭୦ କିମି ରହିବ। ୨୬ ତାରିଖ ସକାଳୁ ପବନର ଘଣ୍ଟା ପ୍ରତି ବେଗ ୬୦ରୁ ୭୦ କିମି ଏବଂ ସ୍ଥଳବିଶେଷରେ ସର୍ବାଧିକ ୮୦ କିମି ରହିପାରେ। ୨୭ ତାରିଖ ସକାଳେ ପବନର ବେଗ ଆହୁରି ବୃଦ୍ଧି ପାଇବା ସହ ଘଣ୍ଟାପ୍ରତି ୧୦୦ କିମିରେ ପହଞ୍ଚିବ।

 

Post Views3 Total Count

Apply Now


This will close in 0 seconds

error: Content is protected !!