ବର୍ଦ୍ଧିତ ଦରମା ଓ ଭତ୍ତା ନେବେ ନାହିଁ ନବୀନ

ବର୍ଦ୍ଧିତ ଦରମା ଓ ଭତ୍ତା ନେବେ ନାହିଁ ନବୀନ । ରାଜ୍ୟର ଗରିବଙ୍କ କଲ୍ୟାଣରେ ବର୍ଦ୍ଧିତ ଦରମା ଖର୍ଚ୍ଚ କରିବାକୁ ଅନୁରୋଧ । ବିରୋଧୀ ଦଳ ନେତା ଭାବେ ନବୀନ ପଟ୍ଟନାୟକ ବର୍ଦ୍ଧିତ ଦରମା ଏବଂ ଭତ୍ତା ନ ନେବାକୁ ଘୋଷଣା କରିଛନ୍ତି।ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଚିଠି ଲେଖିଛନ୍ତି ।

ଚିଠିରେ ନବୀନ ଉଲ୍ଲେଖ କରିଛନ୍ତି ଦୀର୍ଘ ୨୫ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ମୁଁ ଓଡ଼ିଶାବାସୀଙ୍କ ସ୍ନେହ, ଶ୍ରଦ୍ଧା ଏବଂ ସମର୍ଥନ ପାଇ ଆସିଛି। ମୋ ପ୍ରତି ଓ ମୋର ସ୍ୱର୍ଗତ ପିତା ବିଜୁ ପଟ୍ଟନାୟକଙ୍କ ପ୍ରତି ଓଡ଼ିଶାବାସୀଙ୍କ ଭଲ ପାଇବା ପାଇଁ ଚିରଋଣୀ। ୨୦୧୫ ମସିହାରେ ପଟ୍ଟନାୟକ ପରିବାର କଟକ ସ୍ଥିତ ପୈତୃକ ସମ୍ପତ୍ତି ‘ଆନନ୍ଦ ଭବନ’କୁ ଓଡ଼ିଶାବାସୀଙ୍କ ସେବା ପାଇଁ ଦାନ କରିଥିଲେ।

ସେହି ମନୋଭାବ ନେଇ, ଓଡ଼ିଶା ବିଧାନସଭାରେ ବିରୋଧୀ ଦଳ ନେତାଙ୍କ ପାଇଁ ନିକଟରେ ପାରିତ ହୋଇଥିବା ବର୍ଦ୍ଧିତ ଦରମା ଓ ଭତ୍ତାକୁ ମୁଁ ନେବାକୁ ଚାହୁଁନାହିଁ । ଏହି ଅର୍ଥକୁ ରାଜ୍ୟର ଗରିବ ଲୋକଙ୍କ କଲ୍ୟାଣ ପାଇଁ ବିନିଯୋଗ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ନବୀନ ପଟ୍ଟନାୟକ ।

Post Views71 Total Count

Apply Now


This will close in 0 seconds

error: Content is protected !!