ରାଜଧାନୀ ରୋଡ଼ ରୋମିଓଙ୍କ ଭିଡିଓ ଭାଇରାଲ

ସେନା ମେଜର ଗୁରବଂଶ ସିଂ ଓ ତାଙ୍କ ବାନ୍ଧବୀଙ୍କ ସହ ସେଦିନ ରାତିରେ କିଭଳି ଉତ୍ପାତ କରିଥିଲେ ରୋଡ୍ ରୋମିଓ । ବିଳମ୍ବିତ ରାତିରେ ଚନ୍ଦକା ଥାନା ଅଞ୍ଚଳରେ ଘଟିଥିବା ଘଟଣାର ଭିଡିଓ ଏବେ ସାମ୍ନାକୁ ଆସିଛି। ଯେଉଁଥିରେ କିଛି ଯୁବକଙ୍କ ସହ ମେଜର ଓ ତାଙ୍କ ବନ୍ଧବୀଙ୍କ ମଧ୍ୟରେ କଥା କଟାକଟି, ଧସ୍ତାଧସ୍ତି ଓ ମାରପିଟ୍ ଭଳି ଦୃଶ୍ୟ ଦେଖିବାକୁ ମିଳୁଛି। ରୋଡ୍ ରୋମିଓ ମାନେ ସେମାନଙ୍କୁ ଦୁର୍ବ୍ୟବହାର କରୁଥିବା ମଧ୍ୟ ଦେଖିବାକୁ ମିଳୁଛି। ଏହି ଘଟଣାକୁ ନେଇ ଭରତପୁର ଥାନାକୁ ଅଭିଯୋଗ କରିବାକୁ ଯାଇଥିଲେ ମେଜର୍ ଗୁରବଂଶ ସିଂ ଏବଂ ତାଙ୍କ ବାନ୍ଧବୀ ।

ତେବେ ସେଠାରେ କିନ୍ତୁ ପୋଲିସ ପ୍ରଥମେ ଏତଲା ଦେବାକୁ କହିଥିଲା ବୋଲି ଅଭିଯୋଗ ହୋଇଛି । ରାଜଧାନୀ ରାଜରାସ୍ତାରେ ରୋଡ୍ ରୋମିଓଙ୍କ ଏଭଳି ଉପଦ୍ରବକୁ ନେଇ ଅଭିଯୋଗ ସତ୍ତ୍ୱେ, ପୋଲିସ ଘଟଣାକୁ ଗୁରୁତ୍ୱ ନଦେଇ ଏତଲାକୁ କିପରି ଗୁରୁତ୍ୱ ଦେଲା ତାକୁ ନେଇ ପ୍ରଶ୍ନ ଉଠିଛି ।

Post Views3 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!