ଭରତପୁର ଘଟଣାକୁ ନେଇ ବିଜେଡିର ବିକ୍ଷୋଭ

ବିଜେପି ସରକାର ନିଜର ୧୦୦ ଦିନର ସଫଳତା ବଖାଣୁଛନ୍ତି। କିନ୍ତୁ ସେହି ସମୟରେ ଗୋଟିଏ ପରେ ନିନ୍ଦନୀୟ ଘଟଣା ପାଇଁ ସାରା ଦେଶରେ ଓଡ଼ିଶାର ମୁଣ୍ଡ ତଳକୁ ହୋଇଯାଇଛି। ଏହି ହେଉଛି ନିଜକୁ ରାଷ୍ଟ୍ରବାଦୀ ଦଳ, ଓଡିଆ ଅସ୍ମିତାର ରକ୍ଷାକାରୀ ଓ ଲୋକଙ୍କ ସରକାର ବୋଲି କହୁଥିବା ବିଜେପିର ଅସଲ ଚେହେରା। ରାଜଧାନୀର ଥାନାରେ ଯଦି ଜଣେ ସେନା ଅଧିକାରୀ ଓ ଜଣେ ମହିଳାଙ୍କ ପ୍ରତି ପୁଲିସ ଯେପରି ହୀନ ଆଚରଣ କରିଛି ସେଥିରୁ ଜଣାପଡୁଛି ରାଜ୍ୟର ଅନ୍ୟ ଜିଲ୍ଲାରେ ଥିବା ଥାନାରେ ଲୋକଙ୍କୁ କେମିତି ନ୍ୟାୟ ଦିଆଯାଉଛି। ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ନିର୍ଯ୍ୟାତନା ଘଟଣାକୁ ନେଇ ଆଜି ରାଜଭବନ ସାମ୍ନାରେ ମହିଳା ବିଜେଡି ବିକ୍ଷୋଭ ପଦର୍ଶନ କରିବା ସହ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।

ନବୀନ ସରକାରେ ମୋ ସରକାର କାର୍ଯ୍ୟକ୍ରମ ଅଧୀନରେ ସବୁ ଥାନା ଉପରେ ନଜର ରଖାଯାଉଥିଲା। ଥାନା ହେଉ ଅବା ଡାକ୍ତରଖାନା ସେଠାକୁ ଆସୁଥିବା ଲୋକଙ୍କୁ ଫୋନ୍‌‌ କରି ସରକାର ସେମାନଙ୍କ ଅନୁଭୂତି ସଂଗ୍ରହ କରୁଥିଲେ। ସରକାରୀ ସେବାର ପରିସୀମା ବୃଦ୍ଧି ପାଇଥିଲା। ଲୋକଙ୍କୁ ନ୍ୟାୟ ଦେଉଥିଲା ମୋ ସରକାର। କିନ୍ତୁ ଏହି ସରକାର ଆସିବା ପରେ ମୋ ସରକାର ପରି ଏକ ଭଲ ପଦକ୍ଷେପକୁ ବନ୍ଦ କରିଦେଲେ । ଏହି ଘଟଣାକୁ ଚପାଇ ଦେବା ପାଇଁ ପୁଲିସ ସହିତ ମୋହନ ସରକାର ବିଧିବଦ୍ଧ ଷଡ଼ଯନ୍ତ୍ର ଚଳାଇଛନ୍ତି। ମୋହନ ସରକାର ହେଉଛି ଏକ ଦୁର୍ବଳ ସରକାର। ଲୋକଙ୍କୁ ନ୍ୟାୟ ଦେବାରୁ ବଞ୍ଚିତ କରୁଥିବା ସରକାର। କ’ଣ ପାଇଁ ଏହି ଘଟଣାକୁ ଚାପି ଦେବା ପାଇଁ ଉଦ୍ୟମ ହେଉଛି ତାହାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେବା ଆବଶ୍ୟକ ବୋଲି ବିଜେଡି ମୁଖପାତ୍ର ଡ଼ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି।

Post Views11 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!