ଗାଁ ଗାଁରେ ପୋଲିସର ଫ୍ଲାଗ ମାର୍ଚ୍ଚ

କନ୍ଧମାଳ ଜିଲ୍ଲାର ସମସ୍ତ ଚର୍ଚ୍ଚ ଗୁଡ଼ିକରେ ପ୍ରାକ୍ ବଡ଼ଦିନ ଉତ୍ସବ ପାଳନ ଚାଲିଥିବା ବେଳେ ବଡ଼ଦିନ ପାଇଁ ଅଞ୍ଚଳବାସି ଚର୍ଚ୍ଚ ଗୃହ ସାଜସଜ୍ଜାରେ ବ୍ୟସ୍ତ ଅଛନ୍ତି। ପ୍ରତ୍ୟକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବଡ଼ଦିନକୁ ଶାନ୍ତିଶୃଙ୍ଖଳାର ସହ ପାଳନ ନିମନ୍ତେ ସ୍ଥାନୀୟ ଅଞ୍ଚଳରେ ପ୍ରସ୍ତୁତି ଆରମ୍ଭ ହୋଇଛି। ପୁଲିସ ପ୍ରଶାସନ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ନେଇ ତିଳେ ମାତ୍ର ସମ୍ଭାବନା ନଥିଲେ ମଧ୍ୟ ଶୁକ୍ରବାର ସ୍ଥାନୀୟ ବ୍ଲକ କାର୍ଯ୍ଯାଳୟଠାରେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ଉଦୟଗିରି ପୁଲିସ ତରଫରୁ ଆଇଆଇସି ବିଜୟ କୁମାର ସ୍ଵାଇଁଙ୍କ ନେତୃତ୍ଵରେ ସନ୍ଧ୍ୟାରେ ରଟିଙ୍ଗିଆ, ଡକେଡ଼ି, ରୁଦାଙ୍ଗିଆ, ଗଦଗୁଡ଼ା, ପେନାଲା ଆଦି ଗ୍ରାମରେ ପୁଲିସ ତରଫରୁ ଫ୍ଲାଗ ମାର୍ଚ୍ଚ ଅନୁଷ୍ଠିତ ହୋଇଯାଇଛି।

ଥାନା ଅଧିକାରୀ ବିଜୟ କୁମାର ସ୍ୱାଇଁଙ୍କ ନେତୃତ୍ଵରେ ରେ ଆୟୋଜିତ ଏହି ଫ୍ଲାଗ ମାର୍ଚ୍ଚରେ ଏଏସଆଇ ରବିନ୍ଦ୍ର ସେଠୀ,ବଣ୍ଟି ଦଣ୍ଡିଆ ଙ୍କ ସମେତ ମହିଳା ପୁରୁଷ ପୁଲିସ ବାହିନୀ ସାମିଲ ହୋଇଥିଲେ।

Post Views32 Total Count

Apply Now


This will close in 0 seconds

error: Content is protected !!