ପ୍ରତି ମାସରେ ମହିଳାଙ୍କୁ ୧୦୦୦ ଟଙ୍କା

କେରଳ ସରକାର ସ୍ତ୍ରୀ ସୁରକ୍ଷା ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନା ଅଧୀନରେ, ଯୋଗ୍ୟ ମହିଳାମାନଙ୍କୁ ସେମାନଙ୍କର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ମାସିକ ଆର୍ଥିକ ସହାୟତା ପ୍ରଦାନ କରାଯାଏ। ଏହି ଯୋଜନା ଅନ୍ୟ କୌଣସି ସରକାରୀ ପେନସନ କିମ୍ୱା ନିୟମିତ ଆୟ ପାଉ ନଥିବା ମହିଳାମାନଙ୍କୁ ଆଶ୍ୱସ୍ତି ପ୍ରଦାନ କରେ।

ସ୍ତ୍ରୀ ସୁରକ୍ଷା ଯୋଜନା କ’ଣ?
ସ୍ତ୍ରୀ ସୁରକ୍ଷା ଯୋଜନା ହେଉଛି ସରକାରଙ୍କ ଏକ ସାମାଜିକ ସୁରକ୍ଷା ଯୋଜନା। ଏହି ଯୋଜନା ଅଧୀନରେ, ରାଜ୍ୟର ଯୋଗ୍ୟ ମହିଳା ଏବଂ ଟ୍ରାନ୍ସଜେଣ୍ଡରମାନଙ୍କୁ ମାସିକ 1,000ଟଙ୍କା ପେନସନ ପ୍ରଦାନ କରାଯାଏ। ଏହି ରାଶି ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତରିତ କରାଯାଏ। ଏହି ଯୋଜନାର ଲକ୍ଷ୍ୟ ମହିଳାମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରି ଏବଂ ସେମାନଙ୍କୁ ଆତ୍ମର୍ନିଭରଶୀଳ କରି ସଶକ୍ତ କରିବା।

ଏହି ଯୋଜନାର ଲାଭ ପାଇବା ପାଇଁ ନିମ୍ନଲିଖିତ ସର୍ତ୍ତାବଳୀ ପୂରଣ କରିବାକୁ ପଡିବ:
-ଆବେଦନକାରୀ ମହିଳା କିମ୍ୱା ଟ୍ରାନ୍ସ ମହିଳା ରାଜ୍ୟର ସ୍ଥାୟୀ ବାସିନ୍ଦା ହୋଇଥିବା ଆବଶ୍ୟକ
-35 ରୁ 60 ବର୍ଷ ମଧ୍ୟରେ ହେବା ଆବଶ୍ୟକ
-ଅନ୍ୟ କୌଣସି ସରକାରୀ କିମ୍ୱା ସାମାଜିକ ସୁରକ୍ଷା ପେନସନର ହିତାଧିକାରୀ ନୁହଁନ୍ତି
-ରାସନ କାର୍ଡ ଥିବା ଦରକାର
-ନୀଳ କିମ୍ୱା ଧଳା ରାସନ କାର୍ଡ ଥିବାରୁ ତାଙ୍କୁ ହକଦାର କରାଯିବ ନାହିଁ
-ଯଦି ଜଣେ ମହିଳା କେନ୍ଦ୍ର କିମ୍ୱା ରାଜ୍ୟ ସରକାର କିମ୍ୱା ସରକାରୀ ସହାୟତା ପ୍ରାପ୍ତ ସଂସ୍ଥାରେ ଚାକିରି ପାଆନ୍ତି, ତେବେ ସେ ଆଉ ଏହି ଯୋଜନା ପାଇଁ ଯୋଗ୍ୟ ହେବେ ନାହିଁ।

ଆବେଦନ ସମୟରେ ନିମ୍ନଲିଖିତ ଡକ୍ୟୁମେଣ୍ଟ ଆବଶ୍ୟକ:
-ଆଧାର କାର୍ଡ
-କେରଳ ବାସସ୍ଥାନର ପ୍ରମାଣ
-ବୟସ ପ୍ରମାଣପତ୍ର (ଜନ୍ମ ପ୍ରମାଣପତ୍ର/ସ୍କୁଲ ପ୍ରମାଣପତ୍ର/ଡ୍ରାଇଭିଂ ଲାଇସେନ୍ସ/ପାସପୋର୍ଟ)
-ବ୍ୟାଙ୍କ ଆକାଉଣ୍ଟ ବିବରଣୀ (ଆଧାର ସହିତ ଲିଙ୍କ)
-ହଳଦିଆ କିମ୍ୱା ଗୋଲାପୀ ରାସନ କାର୍ଡ

ସ୍ତ୍ରୀ ସୁରକ୍ଷା ଯୋଜନା ପାଇଁ ଆବେଦନ ପ୍ରକ୍ରିୟା ସମ୍ପୂର୍ଣ୍ଣ ଅନଲାଇନ:
-ଅଧିକାରି ୱେବସାଇଟ ksmart.lsgkerala.gov.in ପରିଦର୍ଶନ କରନ୍ତୁ
-ଅନଲାଇନ ଆବେଦନ ଫର୍ମ ପୂରଣ କରନ୍ତୁ
-ଆବଶ୍ୟକୀୟ ଡକ୍ୟୁମେଣ୍ଟ ଅପଲୋଡ କରନ୍ତୁ
-ଆବେଦନ ସମ୍ପର୍କିତ ସ୍ଥାନୀୟ ସଂସ୍ଥାର ସଚିବଙ୍କ ଦ୍ୱାରା ଯାଞ୍ଚ କରାଯାଇଛି
-ଯୋଗ୍ୟ ହେଲେ ପେନସନ ଆରମ୍ଭ ହେବ।

Post Views41 Total Count

Apply Now


This will close in 0 seconds

error: Content is protected !!