ଆଗକୁ ନୁଆବର୍ଷ ଆସୁଥିବା ବେଳେ ଅପରାଧକୁ ରୋକିବା ପାଇଁ ବଡ ଅଭିଯାନ ଚଳାଇଛି ଦିଲ୍ଲୀ ପୋଲିସ୍। ପୂରା ଦିଲ୍ଲୀରେ ଖୋଜି ଖୋଜି ଅପରାଧୀଙ୍କୁ ଧରାଯାଉଛି। ଉତ୍ସବର ଭିଡରେ ଯେପରି କୌଣସି ବଡ ଧରଣର ଅପରାଧ ନ ଘଟୁ, ସେପ୍ରତି ସଜାଗ ହୋଇଛି ଦିଲ୍ଲୀ ପୋଲିସ୍।
ଏଥିପାଇଁ ଅପରେସନ୍ ଆଘାତ୍ ନାମରେ ଏକ ବ୍ୟାପକ ଧରପଗଡ କରାଯାଉଛି। ଶତାଧିକ ଅପରାଧୀଙ୍କୁ ଗିରଫ କରାଗଲାଣି। ବେଆଇନ ଅସ୍ତ୍ରଶସ୍ତ୍ର ଜବତ କରିବା ସହ ଚୋରି ସାମଗ୍ରୀ ଉଦ୍ଧାର କରିଛି ପୋଲିସ୍। ଦକ୍ଷିଣ ପୂର୍ବ ଦିଲ୍ଲୀ ପୋଲିସ ଦ୍ୱାରା ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ସମନ୍ୱିତ ଚଢାଉ ଏବଂ ଯାଞ୍ଚ କରାଯାଉଛି।

