ଇନ୍ଦୋରରେ ଆଉ ୨୦ ଜଣ ଡାଇରିଆ ରୋଗୀ ଚିହ୍ନଟ

ଇନ୍ଦୋର ଭଗୀରଥପୁର ଅଞ୍ଚଳରେ ପାଇପ୍ ଯୋଗେ ଯୋଗାଇ ଦିଆଯାଇଥିବା ଦୂଷିତ ପାଣି ପିଇ ଏପର୍ଯ୍ୟନ୍ତ ୬ ଜଣଙ୍କ ମୃତ୍ୟୁ ହୋଇଥିବା ସରକାରୀ ଭାବେ କୁହାଯାଉଛି । ଏବେବି ୧୪୨ ଜଣ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ଦୂଷିତ ପାଣି ପିଇ ମୋଟ୍ ୩୯୮ ଜଣ ହସପିଟାଲରେ ଭର୍ତ୍ତି ହୋଇଥିଲେ ।

୧୪୨ ଜଣ ଚିକିତ୍ସାଧୀନ ଥିବା ବେଳେ ଅନ୍ୟମାନେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୧୧ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଆଇସିୟୁରେ ଚିକିତ୍ସା କରାଯାଉଛି । ଭଗୀରଥପୁର ଅଞ୍ଚଳରେ ସ୍ବାସ୍ଥ୍ୟ ଟିମ୍ ୯ ହଜାରରୁ ଅଧିକ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ସେମାନଙ୍କ ମଧ୍ୟରେ ୨୦ ଜଣ ଡାଇରିଆରେ ଆକ୍ରାନ୍ତ ହୋଇଥିବା ଚିହ୍ନଟ କରାଯାଇଛି ।

ନର୍ମଦା ନଦୀରୁ ଇନ୍ଦୋରକୁ ଯୋଗାଣ ହେଉଥିବା ପାଇପ୍ ଲାଇନ୍ ଉପରେ ଏକ ପାଇଖାନା ନିର୍ମାଣ ହୋଇଥିବାରୁ ସେଥିରୁ ଦୂଷିତ ପାଣି ନିର୍ଗତ ହୋଇ ପାଇପ୍ ପାଣିରେ ମିଶିଥିଲା । ଏହା ଜଣାପଡ଼ିବା ପରେ ପ୍ରତିକାର ପଦକ୍ଷେପ ନିଆଯାଇଛି । ଲୋକଙ୍କୁ ଟ୍ୟାଙ୍କର ଯୋଗେ ପାନୀୟଜଳ ଯୋଗାଇ ଦିଆଯାଉଛି ।

Post Views5 Total Count

Apply Now


This will close in 0 seconds

error: Content is protected !!