ଅର୍ପିତାଙ୍କୁ ଗିରଫ କରିବନି ପୋଲିସ

ହ୍ୟୁମାନ ସାଗର ମୃତ୍ୟୁ ମାମଲା । ଅର୍ପିତା ଚୌଧୁରୀ ଓ ସୋମେଶ ଶତପଥୀଙ୍କୁ ହାଇକୋର୍ଟରୁ ଅନ୍ତରୀଣ ସୁରକ୍ଷା । କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ଘଟଣାକୁ ନେଇ ମର୍କତନଗର ଥାନାରେ ରୁଜୁ ମାମଲାରେ କଣ୍ଠଶିଳ୍ପୀ ଅର୍ପିତା ଚୌଧୁରୀ ଓ ସୋମେଶ ଶତପଥୀଙ୍କୁ ହାଇକୋର୍ଟରୁ ଅନ୍ତରୀଣ ସୁରକ୍ଷା ମିଳିଛି ।

ସୋମେଶ ଓ ଅର୍ପିତାଙ୍କ ତରଫରୁ ଦାୟର ଆଗୁଆ ଜାମିନ ଆବେଦନର ହାଇକୋର୍ଟ ଶୁଣାଣି କରି ରାଜ୍ୟ ସରକାରଙ୍କୁ କେସ୍‌ ଡାଏରି ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାରେ ହ୍ୟୁମାନଙ୍କ ମାଆ ତଥା ଏତଲାକାରୀ ସେଫାଳି ସୁନାଙ୍କୁ ପକ୍ଷଭୁକ୍ତ କରିବାକୁ ହାଇକୋର୍ଟ ଆବେଦନକାରୀଙ୍କୁ ଅନୁମତି ଦେଇଛନ୍ତି । ଏଥିସହ ମାମଲାର ପ୍ରତିପକ୍ଷ ନମ୍ବର-୨ ଶ୍ରୀମତୀ ସୁନାଙ୍କୁ ହାଇକୋର୍ଟ ନୋଟିସ୍‌ ଜାରି କରିଛନ୍ତି ।

ମାମଲାର ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ମର୍କତନଗର ଥାନାର ଏହି ମାମଲାରେ ଆବେଦନକାରୀଙ୍କୁ ହେପାଜତକୁ ନନେବାକୁ ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି ।

ତଦନ୍ତକାରୀ ଏଜେନ୍ସିକୁ ତଦନ୍ତରେ ଆବେଦନକାରୀ ସହଯୋଗ କରିବେ ବୋଲି ହାଇକୋର୍ଟ କହିଛନ୍ତି । ଫେବ୍ରୁଆରି ୧୬ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ହ୍ୟୁମାନଙ୍କ ମାଆ ସେଫାଳି ସୁନାଙ୍କ ଅଭିଯୋଗକୁ ଆଧାର କରି ମର୍କତନଗର ଥାନାରେ ଡିସେମ୍ବର ୨୧‌ରେ ମାମଲା ହୋଇଥିଲା ।

Post Views1 Total Count

Apply Now


This will close in 0 seconds

error: Content is protected !!