ଢେଙ୍କାନାଳ ବିଜ୍ଞାନ କେନ୍ଦ୍ର,ଢେଙ୍କାନାଳ ଏବଂ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ,ଢେଙ୍କାନାଳ (ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡ଼ିଶା ସରକାର)ଙ୍କ ମିଳିତ ଆନୁକୂଳ୍ୟରେ ଜିଲ୍ଲାସ୍ତରୀୟ ଛାତ୍ରଛାତ୍ରୀ ବିଜ୍ଞାନ ସେମିନାର-୨୦୨୬ ଆଜି ଢେଙ୍କାନାଳ ବିଜ୍ଞାନ କେନ୍ଦ୍ରର ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷର ସେମିନାରର ବିଷୟ ଥିଲା “ଭାରତୀୟ ଶକ୍ତି ଭଣ୍ଡାର ୨୦୪୭: ସମ୍ଭାବନା ଓ ଆହ୍ୱାନ”ଢେଙ୍କାନାଳ ବିଜ୍ଞାନ କେନ୍ଦ୍ରର ଜିଲ୍ଲା ବିଜ୍ଞାନ ଅଧିକାରୀ ଏମ୍. ଏମ୍. ରାଉତ ଏବଂ ଜିଲ୍ଲା ବିଜ୍ଞାନ ସୁପରଭାଇଜର ବିଶ୍ୱଜିତ୍ ମିଶ୍ରଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲାଉଦ୍ଘାଟନୀ ସ୍ୱାଗତ ଭାଷଣରେ ଏମ୍. ଏମ୍. ରାଉତ ୨୦୪୭ ସୁଦ୍ଧା ଭାରତର ଶକ୍ତି ସୁରକ୍ଷା,ଅକ୍ଷୟ ଶକ୍ତିର ବ୍ୟବହାର,ସ୍ଥାୟୀ ବିକାଶ ଏବଂ ବୈଜ୍ଞାନିକ ଚିନ୍ତାଧାରାର ଗୁରୁତ୍ୱ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ପ୍ରେରଣାଦାୟକ ବାର୍ତ୍ତା ପ୍ରଦାନ କରିଥିଲେ ସମସ୍ତ ଅଂଶଗ୍ରହଣ କାରୀ ଛାତ୍ରୀ,ଛାତ୍ର ମାନଙ୍କୁ ସେମିନାର ନିୟମାବଳୀ ସମ୍ପର୍କରେ ଅବଗତ କରାଇଥିଲେ ଜିଲ୍ଲାର ବିଭିନ୍ନ ବ୍ଲକ୍ ରୁ ବ୍ଲକ୍ ସ୍ତରରେ ବିଜୟୀ ହୋଇଥିବା ୧୬ ଜଣ ପ୍ରତିଯୋଗୀ ଏହି ସେମିନାରରେ ଅଂଶଗ୍ରହଣ କରି ଉକ୍ତ ବିଷୟ ଉପରେ ପିପିଟି ପ୍ରଦର୍ଶନ ମାଧ୍ୟମରେ ନିଜର ଗବେଷଣାଧର୍ମୀ ଉପସ୍ଥାପନା କରିଥିଲେବିଚାରକ ଭାବେ ଡା.ଦେବୀ ପ୍ରସାଦ ମିଶ୍ର,ଜିଲ୍ଲା ଏକାଡେମିକ୍ ସଂଯୋଜକ,ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ,ଢେଙ୍କାନାଳ ଏବଂ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ,କୈଳାଶ ଚନ୍ଦ୍ର ପ୍ରୁଷ୍ଟି ଉପସ୍ଥିତ ରହି ପ୍ରତିଯୋଗୀମାନଙ୍କ ଉପସ୍ଥାପନାର ମୂଲ୍ୟାଙ୍କନ କରିଥିଲେପଞ୍ଚାୟତ ରାଜ ହାଇସ୍କୁଲ,କାନପୁରାର ଶ୍ରୀମାନ୍ ମିଶ୍ର ପ୍ରଥମ ସ୍ଥାନ,ଓଡ଼ିଶା ଆଦର୍ଶ ବିଦ୍ୟାଳୟ,ଅଙ୍କରାନ୍ତିପୁରର ଆରାଧ୍ୟା ନାୟକ ଦ୍ୱିତୀୟ ସ୍ଥାନ ଏବଂ ବେଡ଼ାପଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟର ଅନୁପ୍ରିୟା ବେହେରା ତୃତୀୟ ସ୍ଥାନ ଅଧିକାର କରିଥିଲେ। ଅପରାହ୍ନରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ଢେଙ୍କାନାଳ ବିଜ୍ଞାନ କେନ୍ଦ୍ରର ଜିଲ୍ଲା ବିଜ୍ଞାନ ଅଧିକାରୀ ଏମ୍. ଏମ୍. ରାଉତ, ଢେଙ୍କାନାଳ ଜିଲ୍ଲା ବିଜ୍ଞାନ ସୁପରଭାଇଜର ବିଶ୍ୱଜିତ୍ ମିଶ୍ର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ,କୈଳାଶ ଚନ୍ଦ୍ର ପ୍ରୁଷ୍ଟି ଓ ଅବସରପ୍ରାପ୍ତ ବରିଷ୍ଠ ଗଣିତ ଓ ବିଜ୍ଞାନ ଶିକ୍ଷକ ତଥା ରାଜ୍ଯ ପୁରସ୍କାର ପ୍ରାପ୍ତ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସର ଢେଙ୍କାନାଳ ଜିଲ୍ଲା ଏକାଡେମିକ୍ ସଂଯୋଜକ ଡ଼ା.ଦେବୀ ପ୍ରସାଦ ମିଶ୍ର ସ୍ଵୀୟ ବକ୍ତବ୍ୟରେ ଅଂଶଗ୍ରହଣକାରୀ ପ୍ରତିଯୋଗୀ ମାନଙ୍କୁ ଆଦର୍ଶ ବିଜ୍ଞାନ ସେମିନାର ଉପସ୍ଥାପନ ସମ୍ପର୍କରେ ସବିଶେଷ ସୂଚନା ପ୍ରଦାନ କରିବା ସଙ୍ଗେ ସଙ୍ଗେ ବିଜେତାମାନଙ୍କୁ ପର୍ଯ୍ୟାୟକ୍ରମେ ପ୍ରଶଂସାପତ୍ର ଓ ପୁରସ୍କାର ପ୍ରଦାନ କରିବା ସହ ସମସ୍ତ ପ୍ରତିଯୋଗୀମାନଙ୍କୁ ଅଂଶଗ୍ରହଣ ପ୍ରମାଣପତ୍ର ପ୍ରଦାନ କରିଥିଲେ ପଞ୍ଚାୟତରାଜ୍ ହାଇସ୍କୁଲ୍,କାନପୁରା,କାମାକ୍ଷାନଗର ନବମ ଶ୍ରେଣୀର ଛାତ୍ର ଶ୍ରୀମାନ୍ ମିଶ୍ର ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟସ୍ତରକୁ ମନୋନୀତ ହୋଇଛନ୍ତିଶେଷରେ ଜିଲ୍ଲା ବିଜ୍ଞାନ ସୁପରଭାଇଜର ବିଶ୍ୱଜିତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିବାବେଳେ,ଢେଙ୍କାନାଳ ବିଜ୍ଞାନ କେନ୍ଦ୍ରର ଶିକ୍ଷା ସହାୟକ ଶଙ୍କର ଗୁରୁଙ୍ଗ,ସମସ୍ତ କର୍ମଚାରୀ ବୃନ୍ଦ ଓ ଢେଙ୍କାନାଳ ଜିଲ୍ଲା ଶିକ୍ଷାବିଭାଗର ସମସ୍ତ କର୍ମଚାରୀ ବୃନ୍ଦ ସମଗ୍ର କାର୍ଯ୍ୟକ୍ରମକୁ ସଫଳତାର ସହ ସଂଯୋଜନା କରିଥିଲେ। 46 Total Count