ନବୀନଙ୍କ ଘରେ ଅନଙ୍ଗ

କେନ୍ଦ୍ରାପଡ଼ା ଜିଲା ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ବିଜେଡିରୁ ନିଲମ୍ବନ କରାଯିବାକୁ ନେଇ କିଛିଦିନ ହେଲା ରାଜ୍ୟ ରାଜନୀତି ଜୋର୍‌ ଧରିଛି। ଅରବିନ୍ଦଙ୍କୁ ଦଳବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗ ଉଠାଇ ବିଜେଡିରୁ କଢ଼ାଯାଇଛି। ଅରବିନ୍ଦ କ’ଣ ଦଳ ବିରୋଧୀ କରିଛନ୍ତି ତା’ର ସେ ପ୍ରମାଣ ମାଗିବା ସହିତ ପ୍ରଥମେ ଶୋ’ କଜ୍‌ ନ ଦେଇ କାହିଁକି ଦଳରୁ କଢ଼ାଗଲା ବୋଲି ବାରମ୍ବାର ପ୍ରଶ୍ନ ଉଠାଉଛନ୍ତି।

ଅନ୍ୟପଟେ ୨ଦିନ ତଳେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଅରବିନ୍ଦଙ୍କ ବିରୋଧରେ ଆଣିଥିବା ଅଭିଯୋଗକୁ ପ୍ରମାଣିତ କରିବା ପାଇଁ ତାଙ୍କ ଚିରାଚରିତ ଢଙ୍ଗରେ ନୂଆ ଏକ ଉଦ୍ୟମ କରିଛନ୍ତି। କେନ୍ଦ୍ରାପଡ଼ାର ଅନ୍ୟଜଣେ ନେତାଙ୍କ ଜରିଆରେ ପାଟକୁରା ନିର୍ବାଚନମଣ୍ଡଳୀର ବହୁ ଦଳୀୟ ନେତା ଓ କର୍ମୀଙ୍କୁ ଡାକି ନବୀନ କହିଥିଲେ, ଯିଏ ଲୋକଙ୍କ ସହିତ ନ ରହିବ ଏବଂ ସେମାନଙ୍କୁ ଅବହେଳା କରିବ ସେଭଳି ନେତାଙ୍କୁ ଦଳ ସବୁବେଳେ କାଢ଼ିଦେଇଛି।

ଏହି ଘଟଣାର ଗୋଟିଏ ଦିନ ପରେ ଅରବିନ୍ଦଙ୍କ ଶତାଧିକ ସମର୍ଥକ ଶୁକ୍ରବାର ନବୀନ ନିବାସ ନିକଟରେ ପହଞ୍ଚତ୍ଥିଲେ। ଅରବିନ୍ଦଙ୍କ ବିରୋଧରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନର ପୁନର୍ବିଚାର କରିବାକୁ ସେମାନେ ଦାବି ଉଠାଇଥିଲେ। ଏହି ଘଟଣା ପରେ ଦଳୀୟ ନେତା ଦେବୀ ପ୍ରସାଦ ମିଶ୍ର ଏବଂ ପ୍ରତାପ ଜେନାଙ୍କ ସହିତ ଅରବିନ୍ଦଙ୍କର କିଛି ସମର୍ଥକ ଆଲୋଚନା କରିଥିଲେ।

ଖୁବ୍‌ଶୀଘ୍ର ଅରବିନ୍ଦଙ୍କ ବିରୋଧରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନର ପୁନର୍ବିଚାର କରାଯିବ ବୋଲି ଦେବୀ ଓ ପ୍ରତାପ ପ୍ରତିଶ୍ରୁତି ଦେଇଥିବା ଅରବିନ୍ଦଙ୍କ ଜଣେ ସମର୍ଥକ ଗଣମାଧ୍ୟମକୁ ଜଣାଇଥିଲେ।

Post Views7 Total Count

Apply Now


This will close in 0 seconds

error: Content is protected !!