ରାଷ୍ଟ୍ରପତିଙ୍କୁ ୨୧ ତୋପ ସଲାମୀ

ଆଜି ସାରା ଦେଶରେ ୭୭ତମ ଗଣତନ୍ତ୍ର ଦିବସ ପାଳନ କରାଯାଉଛି। ଏହି ଅବସରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। କର୍ତ୍ତବ୍ୟ ପଥଠାରେ ମଧ୍ୟ ଗଣତନ୍ତ୍ର ଦିବସ ପରେଡ ଅନୁଷ୍ଠିତ ହେଉଛି।

ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପତାକା ଉତ୍ତୋଳନ କରିଛନ୍ତି। ମୁଖ୍ୟ ଅତିଥି ୟୁରୋପୀୟ ପରିଷଦର ଅଧ୍ୟକ୍ଷ ଆଣ୍ଟୋନିଓ କୋଷ୍ଟା ଏବଂ ୟୁରୋପୀୟ କମିଶନର ଅଧ୍ୟକ୍ଷ ଉର୍ସୁଲା ଭନ ଡେର୍‌ ଲେଏନଙ୍କ ସହିତ କର୍ତ୍ତବ୍ୟ ପଥଠାରେ ପହଞ୍ଚିଥିଲେ। ପ୍ରଧାନମନ୍ତ୍ରୀ ମୋଦି ରାଷ୍ଟ୍ରପତି ଏବଂ ଅତିଥିମାନଙ୍କୁ ସ୍ବାଗତ କରିଥିଲେ। ରାଷ୍ଟ୍ରପତିଙ୍କୁ ୨୧ ତୋପ ସଲାମୀ ଦିଆଯାଇଥିଲା।

ରାଷ୍ଟ୍ରପତି ଗ୍ରୁପ କ୍ୟାପ୍ଟେନ ଶୁଭାଂଶୁ ଶୁକ୍ଳାଙ୍କୁ ଅଶୋକ ଚକ୍ର ପ୍ରଦାନ କରିଛନ୍ତି। ଶୁଭାଂଶୁ ଭାରତର ସବୁଠାରୁ ପ୍ରତିଷ୍ଠିତ ବୀରତା ପୁରସ୍କାର ଅଶୋକ ଚକ୍ର ଗ୍ରହଣ କରିଥିବା ପ୍ରଥମ ମହାକାଶଚାରୀ ହୋଇଥିଲେ।

Post Views25 Total Count

Apply Now


This will close in 0 seconds

error: Content is protected !!