ଅଜିତ ପାୱାରଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ ତଥା ରାଜ୍ୟସଭା ସାଂସଦ ସୁନେତ୍ରା ପାୱାରଙ୍କ ଉପରେ ରହିଛି। ଏହି ଦୁଃଖଦ ଘଟଣା NCP (ଅଜିତ ଗୋଷ୍ଠୀ) ଏବଂ ମହାରାଷ୍ଟ୍ର ରାଜନୀତିର ଗତିପଥ ବଦଳାଇ ଦେଇପାରେ ବୋଲି ଚର୍ଚ୍ଚା ହେଉଛି।
୧୯୮୫ ରେ ଅଜିତ ପାୱାରଙ୍କୁ ବିବାହ କରିଥିବା ସୁନେତ୍ରା କେବଳ ପାୱାର ପରିବାରର ବୋହୂ ନୁହନ୍ତି, ବରଂ ସେ ଏକ ପ୍ରଭାବଶାଳୀ ରାଜନୈତିକ ପରିବାରରୁ ଆସିଛନ୍ତି। ସେ ପୂର୍ବତନ ମନ୍ତ୍ରୀ ପଦ୍ମସିଂହ ପାଟିଲଙ୍କ ଭଉଣୀ। ଦୀର୍ଘ ଦିନ ଧରି ସେ ପରଦା ପଛରେ ରହି ବାରମତୀ ଅଞ୍ଚଳରେ ନିଜର ସାମାଜିକ ଓ ବ୍ୟବସାୟିକ ନେଟୱାର୍କ ସୁଦୃଢ଼ କରିଛନ୍ତି।
ସେ ‘ଏନଭାଇରନ୍ମେଣ୍ଟାଲ ଫୋରମ୍ ଅଫ୍ ଇଣ୍ଡିଆ’ (EFOI) ର ପ୍ରତିଷ୍ଠାତା ଏବଂ ଜୈବିକ ଚାଷ ତଥା ପରିବେଶ ସୁରକ୍ଷା ପାଇଁ ‘ଗ୍ରୀନ୍ ୱାରିଅର୍ ଆୱାର୍ଡ’ ପାଇଛନ୍ତି। ସେ ଶରଦ ପାୱାରଙ୍କ ଦ୍ୱାରା ସ୍ଥାପିତ ‘ବିଦ୍ୟା ପ୍ରତିଷ୍ଠାନ’ର ଜଣେ ଟ୍ରଷ୍ଟି ଏବଂ ପୁଣେ ବିଶ୍ୱବିଦ୍ୟାଳୟର ସିନେଟ୍ ସଦସ୍ୟ ଭାବେ କାର୍ଯ୍ୟରତ।

