ଦହିଚିନି ଖୁଆଇ ମଞ୍ଜୁରୀ ଦେଲେ ରାଷ୍ଟ୍ରପତି

ବଜେଟ ୨୦୨୬ ପାଇଁ ଦୀର୍ଘ ପ୍ରତୀକ୍ଷା ଆଜି ଶେଷ ହେବାକୁ ଯାଉଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ରବିବାର ସଂସଦରେ ବଜେଟ (ବଜେଟ ୨୦୨୬-୨୭ ଲାଇଭ ଅପଡେଟ୍ସ) ଉପସ୍ଥାପନ କରିବେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଅର୍ଥମନ୍ତ୍ରୀ ଭାବରେ ଏହା ତାଙ୍କର ଲଗାତାର ନବମ ବଜେଟ। ସରକାର ଟିକସଠାରୁ ଆରମ୍ଭ କରି ସାମାଜିକ ଯୋଜନା ପର୍ଯ୍ୟନ୍ତ ଅନେକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିବାର ଆଶା କରାଯାଉଛି।

ଅର୍ଥମନ୍ତ୍ରୀ ରବିବାର ସକାଳ ୧୧ଟାରେ ଲୋକ ସଭାରେ ତାଙ୍କର ବଜେଟ ଭାଷଣ ଆରମ୍ଭ କରିବେ। ଏହା ପୂର୍ବରୁ ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି। ଏହି ସମୟରେ ରାଷ୍ଟ୍ରପତି ତାଙ୍କୁ ଦହି-ଚିନି ଖଉଆଇଥିବା ଜଣାପଡିଛି। ଅର୍ଥାତ୍‌ ଏଥର ବେଜଟ କିଛି ଖଟା କିଛି ମିଠା ହେବ ବୋଲି ଆଲୋଚନା ହେଲାଣି। ତେବେ ବଜେଟ ଭାଷଣ ଏକରୁ ଦେଢ଼ ଘଣ୍ଟା ପର୍ଯ୍ୟନ୍ତ ରହିବ ବୋଲି ଆଶା କରାଯାଉଛି।

ଏଥିରେ ଆଗାମୀ ଆର୍ଥିକ ବର୍ଷ ପାଇଁ ସରକାରଙ୍କ ଖର୍ଚ୍ଚ ଯୋଜନା, ଟିକସ ପ୍ରସ୍ତାବ ଏବଂ ନୀତି ନିର୍ଦ୍ଦେଶାବଳୀର ରୂପରେଖା ଦିଆଯିବ। ସରକାର ସମ୍ପୂର୍ଣ୍ଣ ଭାଷଣକୁ ସିଧା ପ୍ରସାରଣ କରିବେ ଏବଂ ପରେ ଏହାକୁ ଡିଜିଟାଲ ପ୍ଲାଟଫର୍ମରେ ଜନସାଧାରଣଙ୍କ ପାଇଁ ଉପଲବ୍ଧ କରାଇବେ।

Post Views4 Total Count

Apply Now


This will close in 0 seconds

error: Content is protected !!