ବଡ଼ ଆତଙ୍କବାଦୀ ଷଡ୍‌ଯନ୍ତ୍ରର ପର୍ଦ୍ଦାଫାସ୍

ରାଜଧାନୀ ଦିଲ୍ଲୀର ଲାଲକିଲ୍ଲାରେ କାର୍ ବିସ୍ଫୋରଣର ତଦନ୍ତରେ ବଡ଼ ସଫଳତା ମିଳିଛି । ଗତ ଚାରି ବର୍ଷ ଧରି ସକ୍ରିୟ ଥିବା ଏକ ସଂଗଠିତ ଆତଙ୍କବାଦୀ ମଡ୍ୟୁଲର ପର୍ଦ୍ଦାଫାସ୍ ହୋଇଛି । ଏହି ମଡ୍ୟୁଲ୍ ପକ୍ଷରୁ ଭାରତର ଅନେକ ପ୍ରମୁଖ ସହରରେ ଥିବା ଗ୍ଲୋବାଲ କଫି ଚେନ୍ ଆଉଟଲେଟ୍ ଉପରେ ଆକ୍ରମଣ କରିବାକୁ ଷଡ୍‌ଯନ୍ତ୍ର ରଚାଯାଇଥିଲା ।

ତଦନ୍ତ ସମୟରେ ଧରାପଡ଼ିଥିବା ଡାକ୍ତରମାନଙ୍କର ଏହି ହ୍ବାଇଟ୍ କୋଲର ମଡ୍ୟୁଲ୍ ଦିଲ୍ଲୀ ଓ ଅନ୍ୟାନ୍ୟ ସହରରେ ଆକ୍ରମଣ କରିବାକୁ ଯୋଜନା କରୁଥିଲା । ତଦନ୍ତ ସୂଚାଇ ଦେଉଛି ଯେ, ଏହା ଏକ ସାଧାରଣ ଘଟଣା ନୁହେଁ । ଚାରି ବର୍ଷ ଧରି ସକ୍ରିୟ ଥିବା ମଡ୍ୟୁଲ୍‌ର ଏହା ଏକ ସୁଚିନ୍ତିତ କାର୍ଯ୍ୟର ଅଂଶ ଥିଲା ।

Post Views67 Total Count

Apply Now


This will close in 0 seconds

error: Content is protected !!