ଶିମିଳିପାଳ ଜଙ୍ଗଲ ଭିତରେ ଲୁଚି ଛି କ୍ୟାନ୍ସର ର ଔଷଧ

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର ଜୈବ ପ୍ରଯୁକ୍ତି ବିଦ୍ୟା ବିଭାଗର ଗବେଷଣାରୁ ମିଳିଛି ନୂଆ ତଥ୍ୟ। ଶିମିଳିପାଳ ଜଙ୍ଗଲ ଭିତରେ ଲୁଚିଥିବା ‘ଲାଇକେନ୍’ ବିଷୟରେ ଏବେ ଅନେକ ତଥ୍ୟ ସାମ୍ନାକୁ ଆସିପାରିଛି। ଯାହା ଭବିଷ୍ୟତର ଔଷଧିୟ ଗବେଷଣାର ଏକ ମୁଖ୍ୟ କେନ୍ଦ୍ର ଭାବେ ପରିଚୟ ସୃଷ୍ଟି କରିପାରିବ ବୋଲି ଆଶା ସଞ୍ଚାର ହୋଇଛି । ଶିମିଳିପାଳ ଅଭୟାରଣ୍ୟ। ପ୍ରାକୃତିକ ସୌନ୍ଦର୍ଯ୍ୟ, ଜୈବ ବିବିଧତାରେ ପରିପୂର୍ଣ୍ଣ।

ଏଠାରେ ଅନେକ ଔଷଧୀୟ ବୃକ୍ଷ ଲୁଚିରହିଛି, ଯାହା ଦୀର୍ଘକାଳୀନ ରୋଗରୁ ମୁକ୍ତି ଦିଏ। ଯାହାକୁ ଲୋକଲୋଚନକୁ ଆଣିଛନ୍ତି ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର ଜୈବ ପ୍ରଯୁକ୍ତି ବିଦ୍ୟା ବିଭାଗର ଛାତ୍ର। ଶିମିଳିପାଳ ଜାତୀୟ ଉଦ୍ୟାନରୁ ଚିହ୍ନଟ କରିଛନ୍ତି ୧୪୮ ପ୍ରଜାତିର ଲାଇକେନ୍ ବା ଶୈବାଳ ଜାତୀୟ ଉଦ୍ଭିଦ।

ଏଥିରେ ଓଡ଼ିଶାରେ ପ୍ରଥମ କରି ମିଳିଛି ‘କ୍ଲୋଡନିଆ ପ୍ରୋଟିକଲୋଜା’ ଲାଇକେନ୍। ଯାହାକୁ ବିଶ୍ବବିଦ୍ୟାଳୟର ଲାଇକେନ୍ ସଂଗ୍ରହାଳୟରେ ସଂରକ୍ଷଣ କରାଯାଇ ଗବେଷଣା କରାଯାଉଛି। ଯେଉଁଥିରେ ଜୀବାଣୁନାଶକ, ଆଣ୍ଟି-ଅକ୍ସିଡେଣ୍ଟ ଓ କ୍ୟାନ୍ସର୍‌ ବିରୋଧୀ ଗୁଣ ରହିଥିବା କହିଛନ୍ତି ବିଭାଗୀୟ ମୁଖ୍ୟ ପ୍ରଫେସର ବିଶ୍ବଜିତ ରଥ ।

Post Views23 Total Count

Apply Now


This will close in 0 seconds

error: Content is protected !!