ଵିଵାହ ଭୋଜି ଖାଇ ଫେରୁଥିବା ବେଳେ ଗଲା ୬ ଜୀବନ

ବିବାହ ଉତ୍ସବରୁ ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ । କାରରେ ଦ୍ରୁତ ଗତିରେ ଆସୁଥିବା ସମୟରେ ଜୟପୁର-ଆଗ୍ରା ଜାତୀୟ ରାଜପଥ ନିକଟରେ ନିୟନ୍ତ୍ରଣ ହରାଇ ଡିଭାଇଡର ଡେଇଁ ଅନ୍ୟ ଲେନ୍ ରେ ଆସୁଥିବା ଟ୍ରେଲରକୁ ଧକ୍କା ଦେଇଥିଲା । ଫଳରେ ୬ ଜଣଙ୍କ ଜୀବନ ଚାଲିଯାଇଥିଲା । ଏକାସାଙ୍ଗରେ ୬ ଜଣ ଯୁବକଙ୍କ ମୃତ୍ୟୁକୁ ନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

ଧକ୍କା ଏତେ ଜୋରଦାର ଥିଲା ଯେ, କାର୍ଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିଲା । ଦୁର୍ଘଟଣା ଖବର ପାଇ ସିକନ୍ଦରା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ କରିଥିଲା । କ୍ରେନ୍ ସାହାଯ୍ୟରେ ଟ୍ରେଲରଠାରୁ କାର୍ କୁ ଅଲଗା କରାଯାଥିଲା । ଆହତମାନଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା । ସିକନ୍ଦରା ହସ୍ପିଟାଲରେ ଡାକ୍ତର ଚାରି ଜଣଙ୍କୁ ମୃତ ଘୋଷଣା କରିଥିଲେ ।

ଅନ୍ୟ ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ଦୌସା ଜିଲ୍ଲା ହସ୍ପିଟାଲକୁ ପଠାଯାଇଥିଲା । ଦୌସା ହସ୍ପିଟାଲରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣକୁ ଅନ୍ୟ ହସପିଟାଲକୁ ପଠାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା ।

Post Views6 Total Count

Apply Now


This will close in 0 seconds

error: Content is protected !!