ଲିଙ୍ଗିପୁର ସୁପରମାର୍ଟରେ ଲାଗିଲା ନିଆଁ

ଘଣ୍ଟାଘଣ୍ଟା ହେଲା ଜଳୁଛି ଭୁବନେଶ୍ଵର ଲିଙ୍ଗିପୁର ନିକଟ ସୁପରମାର୍ଟ। ହୁତୁହୁତୁ ହୋଇ ଜଳୁଛି ବିଲ୍ଡିଂ। ଆଡଭାନ୍ସ ଟେକ୍ନୋଲୋଜି ସହ ୪୦ରୁ ଉର୍ଦ୍ଧ୍ଵ ଦମକଳ ଗାଡି ନିଆଁ ଲିଭାଇବାରେ ଲାଗିଛନ୍ତି। ପାଣି କି ଫୋମ୍ କେଉଁଥିରେ ବି ନିଆଁ ଲିଭୁନି। ନାକେଦମ ହେଲାଣି ଅଗ୍ନିଶମ ବାହିନୀ। ଅତ୍ୟଧିକ ଦହନଶୀଳ ସାମଗ୍ରୀ ଥିବାରୁ ନିଆଁ ଆୟତ୍ତକୁ ଆସୁନି। ତରଳିଗଲାଣି ଛାତ ରଡ୍, କାନ୍ଥ ଫାଟି ବାହାରୁଛି ନିଆଁ। କେଉଁ ସମୟରେ ବି ଭୁଶୁଡ଼ିଯିବ ସୁପରମାର୍ଟ ବିଲ୍ଡିଂ। ଗତକାଲି ରାତି ପ୍ରାୟ ୧୦ଟାରୁ ସୁପରମାର୍ଟର ୩ୟ ମହଲାରେ ଲାଗିଛି ନିଆଁ। ଜଳିପୋଡ଼ି ପାଉଁଶ ହୋଇଗଲାଣି ୪ ରୁ ୫ କୋଟି ଟଙ୍କାର ସାମଗ୍ରୀ।

 

ସେପଟେ ସୁପରମାର୍ଟ ଭିତରକୁ ପାଣି ମାଡ଼ କରିବାକୁ ବାଟ ନଥିବାରୁ କାନ୍ଥ ଭାଙ୍ଗି ନିଆଁ ଲିଭାଇବାକୁ ଉଦ୍ୟମ ଚାଲିଛି। ଫୋମ୍ ସାହାଯ୍ୟରେ ସୁପରମାର୍ଟର ନିଆଁ ଲିଭାଯାଉଛି ବୋଲି ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି। ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରିବାକୁ ଆହୁରି ୪ ଘଣ୍ଟା ସମୟ ଲାଗିପାରେ ବୋଲି ଡିଜି କହିଛନ୍ତି।

 

 

Post Views32 Total Count

Apply Now


This will close in 0 seconds

error: Content is protected !!