ମମତା ବାନାର୍ଜୀଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ରାଷ୍ଟ୍ରପତି

ରାଗିଲେ ରାଷ୍ଟ୍ରପତି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏକ ସାର୍ବଜାନୀନ କାର୍ଯ୍ୟକ୍ରମରେ ମଞ୍ଚ ଉପରୁ ବେଙ୍ଗଲ ସରକାରଙ୍କ କାର୍ଯ୍ୟଶୈଳୀକୁ ନିନ୍ଦା କରିଛନ୍ତି ।

ଉତ୍ତର ବେଙ୍ଗଲରେ ଏକ ଅନ୍ତର୍ଜାତୀୟ ଆଦିବାସୀ ସମ୍ମିଳନୀ ହେବାର ଥିଲା । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସେଠାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥାନ୍ତେ । କିନ୍ତୁ ରାଜ୍ୟ ସରକାର ସେହି ସ୍ଥାନରେ ଆୟୋଜନ ପାଇଁ ଅନୁମତି ଦେଇନଥିଲେ ।

ଆୟୋଜନ ସ୍ଥଳ ପରିବର୍ତ୍ତନ ଓ ଲୋକଙ୍କ ପ୍ରତି ପ୍ରଶାସନର ବ୍ୟବହାରକୁ ନେଇ ରାଷ୍ଟ୍ରପତି ଅସନ୍ତୋଷ ପ୍ରକାଶ କରିଛନ୍ତି। ସାର୍ବଜନୀନ ମଞ୍ଚରୁ ରାଷ୍ଟ୍ରପତିଙ୍କ ଏଭଳି ଅସନ୍ତୋଷ ପ୍ରକାଶ କରିବା ପ୍ରଥମ ଘଟଣା ।

Post Views6 Total Count

Apply Now


This will close in 0 seconds

error: Content is protected !!