ଢେଙ୍କାନାଳ ସଚେତନ ନାଗରିକ ଫୋରମ ପକ୍ଷରୁ ବରା ଦିବସ ପାଳିତ

ଢେଙ୍କାନାଳ ସଚେତନ ନାଗରିକ ଫୋରମ ପକ୍ଷରୁ ବରା ଦିବସ ସ୍ଥାନୀୟ ସୂର୍ଯ୍ୟ ମଣ୍ଡପ ଠାରେ ଫୋରମ ସଭାପତି ଆଇନଜୀବୀ ସୁରେନ୍ଦ୍ର କୁମାର ମିଶ୍ରଙ୍କ ସଭାପତିତ୍ୱରେ ପାଳିତ ହୋଇଯାଇଛି। ଏହି ବରା ଦିବସକୁ ଏକ ପ୍ରକାର ଉତ୍ସବ ରୂପେ ପ୍ରତ୍ୟେକ ପଞ୍ଚାୟତ ସ୍ତରରେ ପାଳନ କରାଯିବାପାଇଁ ଗତ ଏପ୍ରିଲ ଦୁଇ ତାରିଖରେ ଫୋରମ ତରଫରୁ ଏକ ସୂଚନା ପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା। ଏହି ବରା ଦିବସ ଉତ୍ସବରେ ଅତିଥି ଭାବରେ ସମାଜ ସେବୀ ଜ୍ୟୋତ୍ସ୍ନା ପଟ୍ଟନାୟକ, ଆମ୍ ଆଦମୀ ପାର୍ଟି ରାଜ୍ୟ ସଭାପତି ଶ୍ରୀ ନିଶିକାନ୍ତ ମହାପାତ୍ର, ପୂର୍ବତନ ମନ୍ତ୍ରୀ ଶ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ, ଜିଲ୍ଲା ଓକିଲ ସଙ୍ଘ ସଭାପତି ଗୋପାଳ ଚନ୍ଦ୍ର ପାତ୍ର, ସମାଜସେବୀ ଡାକ୍ତର ଶାନ୍ତିଭୂଷଣ ପଣ୍ଡା, ସମାଜସେବୀ ଯୁବରାଜ ଅମରଜ୍ୟୋତି ସିଂଦେଓ ପ୍ରମୁଖ ଯୋଗଦେଇ ଢେଙ୍କାନାଳ ବରା ବିଷୟରେ ନିଜ ନିଜ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ଫୋରମର ଉପଦେଷ୍ଟା ପଙ୍କଜ ନାୟକ, କାର୍ଯ୍ୟକାରୀ ସଭାପତି ବିଶ୍ୱନାଥ ବେହେରା, ଉପସଭାପତି ଦୀପକ ପ୍ରସାଦ ପଟ୍ଟନାୟକ, ଫୋରମର ନଗର ସଭାପତି ଅମରେନ୍ଦ୍ର ସାହୁ, ଉପସଭାପତି ଉଦୟନାଥ ବେହେରା, ସମ୍ପାଦକ ମନ୍ମଥ ରାଓ, ନଗେନ କର, ଆମ୍ ଆଦମୀ ପାର୍ଟିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜିତେନ୍ଦ୍ର ବେହେରା, ନଗର ସଭାପତି ଦେବାଶିଷ ନନ୍ଦ, ଉପସଭାପତି ବିଜୟ ଦାସ, ସମ୍ପାଦକ ଅନିଲ ସାମଲ, ଜୟନ୍ତ ଦାସ ପ୍ରସନ୍ନ ବରାଳ ପ୍ରମୁଖ ଦୁଇ ଶହରୁ ଅଧିକ ଯୋଗ ଦେଇଥିଲେ। ଫୋରମ ତରଫରୁ ସମସ୍ତଙ୍କୁ ବରା ପରସା ଯାଇଥିଲା। ଫୋରମର ସମ୍ପାଦକ ଭରତ ଦାସ ମଞ୍ଚ ପରିଚାଳନା କରିଥିବା ବେଳେ ଯୁଗ୍ମ ସମ୍ପାଦକ ଆଇନଜୀବୀ ଗୁପ୍ତେଶ୍ୱର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Post Views55 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!