ଭିଜିଲାନ୍ସ ଜାଲରେ କେନ୍ଦ୍ରୀୟ ଜଳସେଚନ ସର୍କଲର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ

ଭିଜିଲାନ୍ସ ଜାଲରେ କେନ୍ଦ୍ରୀୟ ଜଳସେଚନ ସର୍କଲର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ। ରାଜେଶ ଚନ୍ଦ୍ର ମହାନ୍ତିଙ୍କ ଘରେ ଭିଜିଲାନ୍ସ ରେଡ୍। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ। ଏକକାଳୀନ ୬ଟି ସ୍ଥାନରେ ଚଢାଉ ଚାଲିଛି। ଭୁବନେଶ୍ଵର, କଟକ, ଢେଙ୍କାନାଳ ଓ ଯାଜପୁରରେ ରେଡ୍ କରାଯାଉଛି।

ରାଜେଶ ଚନ୍ଦ୍ର ମହାନ୍ତିଙ୍କ ଭୁବନେଶ୍ଵର ବରମୁଣ୍ଡା ସ୍ଥିତ ହାଉସିଂ ବୋର୍ଡ ସ୍ଥିତ ତିନି ମହଲା ଘର, ଯାଜପୁର ବଡ଼ଚଣା ସ୍ଥିତ ପୈତୃକ ଘର, ଢେଙ୍କାନାଳ ସ୍ୀତ ସମ୍ପର୍କୀୟଙ୍କ ଘର, ଭୁବନେଶ୍ଵର ସ୍ଥିତ ଅଫିସ ଚାମ୍ଵର, ଢେଙ୍କାନାଳ ସ୍ଥିତ ଏକ ଦୁଇ ମହଲା ଘର ଏବଂ ଫାର୍ମ ହାଉସ୍, କଟକ ସ୍ଥିତ ସହଯୋଗୀଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି। ଏହି ଚଢାଉରେ ଜଣେ ଅତିରିକ୍ତ ଏସପି, ୧୧ ଜଣ ଡିଏସପି, ୯ ଜଣ ଇନ୍ସପେକ୍ଟର, ୮ ଜଣ ଏଏସଆଇ ଏବଂ ଅନ୍ୟ ଅଧିକାରୀମାନେ ସାମିଲ ଅଛନ୍ତି।

Post Views29 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!