ଆସିଲା ନିଯୁକ୍ତି ସୁଯୋଗ,୧୩୬୩ ପଦବୀ ଖାଲି

ଓଡ଼ିଶା ସରକାରଙ୍କ ଦ୍ୱାରା ୧୩୬୩ ଜୁନିଅର ରେଭେନ୍ୟୁ ଆସିଷ୍ଟାଣ୍ଟ୍ ପଦବୀକୁ ସିଧାସଳଖ ନିଯୁକ୍ତି ମାଧ୍ୟମରେ ପୂରଣ କରିବାକୁ ସ୍ୱୀକୃତି ମିଳିଛି। ଏହି ନିଯୁକ୍ତି ନିମନ୍ତେ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିର ବୈଠକରେ ଉକ୍ତ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏ ସମ୍ପର୍କରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି ।

ଏହି ପଦବୀଗୁଡ଼ିକୁ ରାଜ୍ୟର ୩୦ଟି ଜିଲ୍ଲାରେ ସିଧାସଳଖ ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ପୂରଣ କରାଯିବ ।ଜିଲ୍ଲା ଭିତ୍ତିକ ଖାଲି ଥିବା ପଦବୀ ସଂଖ୍ୟା ସହିତ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ସାମାଜିକ ଓ ଶିକ୍ଷାଗତ ପଛୁଆ ବର୍ଗ ସହ ମହିଳା, ଦିବ୍ୟାଙ୍ଗ, ଏକ୍ସ ସର୍ଭିସମ୍ଯାନ୍ ଏବଂ କ୍ରୀଡ଼ାବିତଙ୍କ ପାଇଁ ଆବଶ୍ୟକୀୟ ସଂରକ୍ଷଣ ନିମନ୍ତେ ଏହି ଚିଠିରେ ଉଲ୍ଲେଖ ଅଛି ।

ଏହି ନିଯୁକ୍ତି ସମ୍ବନ୍ଧରେ ଜିଲ୍ଲାପାଳମାନଙ୍କୁ ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ (OSSSC) ସହ ଆଲୋଚନା କରି ଶୀଘ୍ର ଅନଲାଇନ୍ ଆବେଦନ ଦାଖଲ କରିବାକୁ ନିର୍ଦ୍ଦେଶ ରହିଛି ।

ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ରାଜସ୍ୱ ପ୍ରଶାସନର କ୍ଷମତା ବୃଦ୍ଧି ସହ ଜନସେବା ପ୍ରଦାନକୁ ଅଧିକ ସୁଦୂରପ୍ରସାରୀ କରିପାରିବ ବୋଲି ରାଜସ୍ୱ ସଚିବ ଆଶା ପ୍ରକାଶ କରିଛନ୍ତି ।

Post Views20 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!