ବଡ଼ବିଲ ବାଇପାସ ରିଙ୍ଗରୋଡ଼ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନା କଲେ ମୁଖ୍ୟମନ୍ତ୍ରୀ

କଥା ଦେଇ କଥା ରଖିଲେ ରାଜ୍ୟ ସରକାର। ସୋମବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ବିଲର ଠାରେ ବଡ଼ବିଲ ବାଇପାସ ରିଙ୍ଗରୋଡ଼ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନା କରି ବଡ଼ବିଲ ଅଞ୍ଚଳବାସୀଙ୍କ ବହୁ ପ୍ରତିକ୍ଷିତ ସ୍ବପ୍ନ ପୂରଣ କରିଛନ୍ତି । ଗତବର୍ଷ ଘଟଗାଁଠାରେ ମୁଖ୍ୟମନ୍ତ୍ରୀ ଏହି ପ୍ରତିଶୃତି ବଡ଼ବିଲ ବାସୀଙ୍କୁ ଦେଇଥିଲେ ଏବଂ ଦେଇଥିବା ପ୍ରତିଶ୍ରୁତି ପୂରଣ କରିଛନ୍ତି। ଏହି ଅବସରରେ କେନ୍ଦୁଝର ଜିଲ୍ଲା ପାଇଁ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ଗୁଡିକର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଶୁଭ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ।

ସୂଚନାଯୋଗ୍ୟଯେ ମୁଖ୍ୟମନ୍ତ୍ରୀ ଆଜିର କାର୍ଯ୍ୟକ୍ରମରେ ୨୯ କୋଟି ୪୧ ଲକ୍ଷ ବ୍ୟୟ ବରାଦରେ ୨୪ ଟି ପ୍ରକଳ୍ପର ଲୋକାର୍ପଣ କରିବା ସହିତ ୩୨୬ କୋଟି ୪୩ ଲକ୍ଷ ଟଙ୍କା ବ୍ୟୟ ବରାଦରେ ୫୧ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ବଡ଼ବିଲ ସହର ପାଇଁ ଏକ ବାଇପାସ୍ ତଥା ରିଂ ରୋଡର ଦୈର୍ଘ୍ୟ ହେଉଛି ୧୮ କିଲୋମିଟର ୩୨୬ ମିଟର। ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ପାଇଁ ୧୫୮୧ କୋଟି ୨୧ ଲକ୍ଷ ଟଙ୍କା ବିନିଯୋଗ କରାଯିବ।

 

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ଯେ, ଯୋଡ଼ା, ବାସୁଦେବପୁର ଓ ବଡ଼ବିଲ ଅଂଚଳ ପାଇଁ ୨୯୮ କୋଟି ଟଙ୍କା ବ୍ୟୟରେ ଖୁବ ଶୀଘ୍ର ଏକ ବିଦ୍ୟୁତ ସବ ଷ୍ଟେସନ ନିର୍ମାଣ ହେବ ଏବଂ ୮ ଲେନ ବିଶିଷ୍ଟ ବଡ଼ବିଲ – ପାରାଦ୍ୱୀପ ରାସ୍ତା ନିର୍ମାଣ କାର୍ଯ୍ୟକୁ ଶୀଘ୍ର ତ୍ୱରାନ୍ୱିତ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ।

ଆମ ଲୋକଙ୍କ ସୁଖ ଦୁଃଖର ସରକାର ଆଉ କଥା ଦେଇ କଥା ରଖିବାର ସରକାର। ଲୋକଙ୍କୁ ଦେଇଥିବା ଅନେକ କଥା ମଧ୍ୟରୁ ଆଜି ଆଉ ଗୋଟିଏ କଥା ଆମେ ରଖିଛୁ ବୋଲି କହି ମୁଖ୍ୟମନ୍ତ୍ରୀ ସଭାସ୍ଥଳୀକୁ ସମ୍ବୋଧନ କରିଥିଲେ ଏବଂ ଜନସାଧାରଣ ମୁଖ୍ୟମନ୍ତ୍ରୀଙ୍କୁ ଉଚ୍ଚ୍ଵାସ ଓ ଉଲ୍ଲାସର ସହ ସ୍ୱାଗତ କରିଥିଲେ।

 

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, କେନ୍ଦୁଝର ବା ବଡବିଲ୍ ପରି ସହରମାନଙ୍କ ଟ୍ରାଫିକ ଏବଂ ଭାରି ଯାନବାହାନ ଚଳାଚଳ ସମସ୍ୟା ବିଷୟରେ ମୁଁ ସବୁ ଜାଣିଛି । ମୁଁ ନିଜେ ଗୋଟିଏ ଭୁକ୍ତଭୋଗୀ । ତେଣୁ, ଏ ସବୁ ଅସୁବିଧା ଦୂର କରିବା ପାଇଁ ଆମ ସରକାର ପ୍ରଥମରୁ ହିଁ ନିଷ୍ପତ୍ତି ନେଇଥିଲେ। ଆଜି ସେହି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରାଯାଇ ବଡ଼ବିଲ ସହର ପାଇଁ ୧୮ କିଲୋମିଟରରୁ ଉର୍ଦ୍ଧ୍ୱ ଲମ୍ବା ବାଇପାସ୍ ତଥା ରିଂ ରୋଡ୍ ର ଶିଳାନ୍ୟାସ କରାଗଲା। ଭଦ୍ରା ସାହିରୁ ସେରେଣ୍ଡା ପର୍ଯ୍ୟନ୍ତ ୩.୭ କିଲୋମିଟର, ସେରେଣ୍ଡାରୁ ବଲାଣି ପର୍ଯ୍ୟନ୍ତ ୬.୩ କିଲୋମିଟର ଏବଂ ସେରେଣ୍ଡାରୁ ନଲ୍ଦା ପର୍ଯ୍ୟନ୍ତ ହେଉଛି ୮.୩ କିଲୋମିଟର । ଏ ପୁରା ବାଇପାସ୍ଟି ଆପଣମାନଙ୍କର ଏକ ଦୀର୍ଘଦିନର ସମସ୍ୟାର ସମାଧାନ କରିବ। ଏହାର ଡିଜାଇନ୍ ଅତ୍ୟନ୍ତ ଉନ୍ନତ ମାନର ହେବ ଏବଂ ଅଧିକ ଗାଡିର ବୋଝ ବା ଟ୍ରାଫିକ୍ ସମ୍ଭାଳିଲାଭଳି ଦୃଢ଼ତା ଏହାର ରହିବ। ଆଧୁନିକ ଡିଜାଇନ୍ ଅନୁଯାୟୀ ଦିନକୁ ୪୦ ହଜାର ପାସେଞ୍ଜର କାର ଗଲାପରି ସଡକ ନିର୍ମାଣ ହେବାର ଆବଶ୍ୟକତା ରହିଛି। ଏହି ରିଂ-ରୋଡ୍ରେ ଏତିକି ଗାଡି ଚଳାଚଳ କରିବାର କାପାସିଟି ରହିଛି। ବର୍ତ୍ତମାନ ଦିନକୁ ସର୍ବାଧିକ ୧୫ ହଜାର ୩୭୫ ପାସେଞ୍ଜର କାର୍ ଯାଉଛି।

ଆଗାମୀ ଦିନରେ ଏହି ରିଂ-ରୋଡ୍ ସମ୍ପୂର୍ଣ୍ଣ ହେବା ପରେ, ଏଥିରେ ୪୦ ହଜାର କାର୍ ଯିବାର କାପାସିଟି ରହିବ। ଏହା ଦ୍ୱାରା ବଡବିଲ୍ ସହରର କଳେବର ମଧ୍ୟ ବୃଦ୍ଧିହେବ। ରିଂ-ରୋଡ୍ର ଉଭୟ ପାର୍ଶ୍ବରେ ଅଧିକ ହାଉସିଂ କଲୋନୀ ଗଢିଉଠିବ ଓ ଇକୋନୋମିକ୍ ଆକ୍ଟିଭିଟି ମଧ୍ୟ ବଢିବ। ଯେଉଁ ଗାଡିଗୁଡିକ ଏହି ରୁଟ୍ରେ ଅପରେଟ୍ କରିବ ତାଙ୍କର ଅପରେଟିଙ୍ଗ ଖର୍ଚ୍ଚ ମଧ୍ୟ କମିବ ଏବଂ ଏହାଦ୍ବାରା ଆମର ଅର୍ଥନୀତିକୁ ମଧ୍ୟ ଏହାର ଏକ ବଡ ଅବଦାନ ରହିବ। ମୋଟ୍ ଉପରେ ଏହି ପ୍ରକଳ୍ପଟି ଆମ ଅଞ୍ଚଳରେ ସମୃଦ୍ଧି ଆଣିବ।

Post Views83 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!