ଆମେରିକାରେ ଭୟଙ୍କର ବିମାନ ଦୁର୍ଘଟଣା , ପାଇଲଟଙ୍କ ସମେତ ୧୨ ମୃତ

ବିମାନ ଦୁର୍ଘଟଣାରେ ୧୨ ମୃତ । ଆମେରିକା ମିସୌରିରେ ଘଟିଛି ବିମାନ ଦୁର୍ଘଟଣା । ପାଇଲଟଙ୍କ ସମେତ ୧୧ ସ୍କାଏଡାଇଭରଙ୍କ ମୃତ୍ୟୁ ଘଟିଛି । ସ୍କାଏଡାଇଭିଂ କଂପାନି ଦ୍ବାରା ଲିଜ୍‌ରେ ନିଆଯାଇଥିବା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ସ୍ଥାନୀୟ ସମୟ ରବିବାର ଦିନ ୧୧ଟା ୨୦ରେ ବିମାନଟି ଉଡ଼ାଣ ଭରିଥିଲା । ଉଡ଼ାଣ ଭରିବାର କିଛି ସମୟ ଭିତରେ ଏହା କ୍ରାସ୍ ହୋଇଥିଲା । ଫଳରେ ବିମାନରେ ଥିବା ସମସ୍ତ ୧୧ ସ୍କାଏଡାଇଭର ଏବଂ ପାଇଲଟଙ୍କ ମୃତ୍ୟୁ ଘଟିଛି । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା କୁହାଯାଉଛି । ଜାତୀୟ ପରିବହନ ସୁରକ୍ଷା ବୋର୍ଡ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛି । 

Post Views27 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!