ଶରଣକୂଳ ପୂର୍ବତନ ଥାନା ଅଧିକାରୀ ନିଲମ୍ବିତ

ନୟାଗଡ଼ ଜିଲ୍ଲା ଶରଣକୂଳ ଥାନାର ପୂର୍ବତନ  IIC ସୁଜିତ କୁମାର ଦାସ ନିଲମ୍ବିତ। କର୍ତ୍ତବ୍ୟରେ ଅବହେଳା ଓ ଗୁରୁତର ଶୃଙ୍ଖଳାଭଙ୍ଗ ଅଭିଯୋଗରେ ଡିଜିପି ନିଲମ୍ବନ କରିଛନ୍ତି।  ଜଣେ ମହିଳାଙ୍କୁ ଅସଦାଚରଣ ଓ ଗୁରୁତର ଅଭିଯୋଗ ଆଣିବା ପରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପୂର୍ବରୁ ତାଙ୍କୁ ଥାନାରୁ ଜିଲ୍ଲା ପୁଲିସ ମୁଖ୍ୟାଳୟକୁ ବଦଳି କରାଯାଇଥିଲା।
ଶରଣକୂଳ ଥାନା ଜାମୁସାହି ଗ୍ରାମର ଜଣେ ମହିଳାଙ୍କ ପରିବାର ଏବଂ ଗ୍ରାମବାସୀଙ୍କ ମଧ୍ୟରେ ଜମି ବାଡ଼ି ବିବାଦକୁ ନେଇ କିଛିଦିନ ତଳେ  ଗଣ୍ଡଗୋଳ ହୋଇଥିଲା । ଏନେଇ ପୀଡିତା ଜଣଙ୍କ ଶରଣକୂଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ । କିନ୍ତୁ ସମୟ ଗଡ଼ିବା ସହିତ ପୁଲିସ ନ୍ୟାୟ ଦେଇନଥିଲେ । ମହିଳାଜଣଙ୍କ ବାରମ୍ବାର ଶରଣକୂଳ ଥାନାକୁ ଦୌଡିବା ପରେ ଥାନା ଅଧିକାରୀ ସୁଜିତ କୁମାର ଦାଶ ତାଙ୍କ ଫୋନ ନମ୍ବର ନେବା ସହିତ ନ୍ୟାୟ ଦେବା ପାଇଁ ପ୍ରତିଶୃତି ଦେଇଥିଲେ । କିନ୍ତୁ କିଛି ଦିନ ପରେ ନ୍ୟାୟ କଣ ଦେବେ ଫୋନ କରି ପ୍ରେମ ନିବେଦନ କରିଥିଲେ । ମହିଳାଙ୍କୁ କ୍ୱାର୍ଟରକୁ ଡାକି ତାଙ୍କ ଅନିଚ୍ଛା ସତ୍ତ୍ବେ ଜୋର ଜବରଦସ୍ତ କରି ଶାରୀରିକ ସମ୍ପର୍କ ରଖିଥିଲେ ବୋଲି ମହିଳା ଅଭିଯୋଗ କରିଥିଲେ । ଏପରିକି ଥାନାଅଧିକାରୀ ମିଛ  କେଶରେ ମହିଳାଜଣଙ୍କୁ ଜେଲ୍ କୁ ପଠାଇଦେଇଥିଲେ ।  ବେଲ୍ ରେ ଆସିବାପରେ ମହିଳା ଜଣଙ୍କ ନୟାଗଡ଼ ଏସ୍‌ପିଙ୍କୁ ଭେଟି ଘଟଣା ସମ୍ପର୍କରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ  ଘଟଣାର CAW & CW  ତଦନ୍ତ ପାଇଁ ଡିଜିପି ଅଫିସରୁ ନିର୍ଦ୍ଦେଶ ଆସିଥିଲା । ଏହାସହିତ ସୁଜିତଙ୍କୁ ତୁରନ୍ତ ଶରଣକୂଳରୁ ନୟାଗଡ ହେଡକ୍ବାର୍ଟରକୁ ବଦଳି କରାଯାଇଥିଲା । କ୍ରାଇମବ୍ରାଞ୍ଚ ଟିମ୍ ଘଟଣାର ତଦନ୍ତ କରି ପ୍ରାଥମିକ ରିପୋର୍ଟ ଦେବା ପରେ ସୁଜିତଙ୍କୁ ନିଲମ୍ବନ କରାଯାଇଥିବା ସୂଚନା ମିଳିଛି । ଟିମ୍ ସୁଜିତଙ୍କ ଶରଣକୂଳ ଭଡା ଘର ସିଲ୍ କରିବା ସହ ତଦନ୍ତ ଜାରୀ ରଖିଛି ।

Post Views19 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!