ଗୋପବନ୍ଧୁ କର୍ମଜୀବୀ ସାମ୍ବାଦିକ ସ୍ବାସ୍ଥ୍ୟ ବୀମା ଯୋଜନା ଅବଧି ବୃଦ୍ଧି

ଗୋପବନ୍ଧୁ କର୍ମଜୀବୀ ସାମ୍ବାଦିକ ସ୍ବାସ୍ଥ୍ୟ ବୀମା ଯୋଜନା ଅବଧି ବୃଦ୍ଧିରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଶନିବାର ଜାରି ସୂଚନା ଅନୁସାରେ, ସାମ୍ବାଦିକମାନଙ୍କ ସ୍ୱାସ୍ଥ୍ୟବୀମା ନିମନ୍ତେ ବାର୍ଷିକ ପ୍ରିମିୟମ ବାବଦକୁ ୮କୋଟି ୫୫ ଲକ୍ଷ ୭୬ ହଜାର ୩୧୪ଟଙ୍କାର ଚେକକୁ ଆଜି ବିଭାଗର ନିର୍ଦ୍ଦେଶକ ସରୋଜ କୁମାର ସାମଲ ସମ୍ପୃକ୍ତ ବୀମା କମ୍ପାନି ପ୍ରତିନିଧିଙ୍କୁ ହସ୍ତାନ୍ତର କରିଛନ୍ତି।

ବିଗତ ବର୍ଷରେ ପଞ୍ଜିକୃତ ହୋଇ ସ୍ୱାସ୍ଥ୍ୟବୀମା ସୁବିଧା ପାଉଥିବା ସାମ୍ବାଦିକମାନଙ୍କୁ ପୁଣିଥରେ ଆବେଦନ କରିବାର ଆବଶ୍ୟକ ନାହିଁ। ନୂତନ ଭାବେ ପଞ୍ଜିକୃତ ହେବାକୁ ଇଚ୍ଛୁକ ଥିବା ଆବେଦନକାରୀଙ୍କ ନିମନ୍ତେ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ବିଭାଗର ପୋର୍ଟାଲ ଖୋଲାଯିବ। ପଞ୍ଜୀକରଣ ପାଇଁ ଏକ ମାସ ପର୍ଯ୍ୟନ୍ତ ପ୍ରକ୍ରିୟା ଜାରି ରହିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ସାମ୍ବାଦିକମାନଙ୍କୁ ରାଜ୍ୟ ସରକାର ବାର୍ଷିକ ୫ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା ସୁବିଧା ଯୋଗାଇ ଦେଉଛନ୍ତି।

Post Views44 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!