ଝାରପଡା ଜେଲରେ ଏଡ଼ସ ଆତଙ୍କ

ଝାରପଡା ଜେଲରେ ଏଡ଼ସ ଆତଙ୍କ। ଜେଲରେ ବଢୁଛି ଏଚଆଇଭି ପଜିଟିଭ ସଂଖ୍ୟା । କିଛିଦିନ ତଳେ ମହିଳା ଥାନା ଦ୍ୱାରା ଦୁଷ୍କର୍ମ ଅଭିଯୋଗରେ କୋର୍ଟଚାଲାଣ ହୋଇଥିବା ଜଣେ ଅଭିଯୁକ୍ତ ଏଡସ୍ ଆକ୍ରାନ୍ତ ବୋଲି ଜଣାପଡିଛି ।

କୋଚିଂ ସେଣ୍ଟରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ କୋର୍ଟଚାଲାଣ କରିଥିଲା ମହିଳା ଥାନା ପୁଲିସ । ଅଭିଯୁକ୍ତ ଜଣଙ୍କ ଏଚଆଇଭି ପଜିଟିଭ ଜଣାପଡିବା ପରେ ଏ ନେଇ ଚିଠି ଲେଖିଛନ୍ତି ଜେଲ କର୍ତ୍ତୃପକ୍ଷ । ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ଓ ଡିସିପିଙ୍କୁ ଚିଠି ଲେଖି ଏ ସମ୍ପର୍କରେ ଅବଗତ କରାଯାଇଛି।

ବର୍ତ୍ତମାନ ଝାରପଡା ଜେଲରେ ୮ ଜଣ ଏଚଆଇଭି ପଜିଟିଭ ଅନ୍ତେବାସୀ ଥିବା କଥା ଜଣାପଡିଛି। ଏଭଳି ଖବର ଜଣାପଡିବା ପରେ ଜେଲରେ ଭୟର ବାତାବରଣ ଖେଳିଯାଇଛି।

Post Views73 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!