ବିୟୁଟି ମହାନ୍ତି ମୃତ୍ୟୁ ମାମଲା: ଜାତୀୟ ମାନବାଧିକାର କମିସନରେ ଦାୟର ହେଲା ମାମଲା

ଚାଉଳିଆଗଞ୍ଜ ଥାନାର ଆଇଆଇସି ଭାବେ କାର୍ଯ୍ୟରତ ମହିଳା ପୁଲିସ ଅଧିକାରୀ ବିୟୁଟି ମହାନ୍ତିଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି । ଏହି ଘଟଣାରେ ତାଙ୍କ ପରିବାର ପକ୍ଷରୁ ହତ୍ୟାର ଅଭିଯୋଗ ଉଠିଥିବା ବେଳେ ମାମଲା ଏବେ ଜାତୀୟ ମାନବାଧିକାର କମିସନ (ଏନଏଚଆରସି)ର ଦ୍ୱାରସ୍ଥ ହୋଇଛି ।

ନ୍ୟାୟ ପାଇଁ ଲଢେଇ ପରିବାର’ ନାମକ ସଂଗଠନର ରାଜ୍ୟ ସଭାପତି ସୁବ୍ରତ କୁମାର ଦାଶ ଏନଏଚଆରସିରେ ମାମଲା ଦାୟର କରିଛନ୍ତି । ଏନଏଚଆରସି କେସ୍ ନମ୍ବର 15461/2026 ରେ ଦାୟର ହୋଇଥିବା ଏହି ଆବେଦନରେ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ସହ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରାଯାଇଛି ।

ବିୟୁଟି ମହାନ୍ତିଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବା ପାଇଁ ମଧ୍ୟ କମିଶନଙ୍କ ନିକଟରେ ଆବେଦନ କରାଯାଇଛି । ଏହି ସମ୍ବେଦନଶୀଳ ମାମଲାରେ କଟକ ଡିସିପି, କଟକ ପୁଲିସ କମିସନର, ଓଡ଼ିଶା ପୁଲିସ ଡିଜି, ରାଜ୍ୟ ଗୃହ ସଚିବ, ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କୁ ପକ୍ଷଭୁକ୍ତ କରାଯାଇଛି । ବିୟୁଟି ମହାନ୍ତିଙ୍କ ମୃତ୍ୟୁ ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆଣିବା ଏବଂ ନ୍ୟାୟ ପ୍ରଦାନ ପାଇଁ ଏହି ମାମଲାରେ ଜାତୀୟ ମାନବାଧିକାର କମିଶନଙ୍କ ହସ୍ତକ୍ଷେପ ଦାବି କରାଯାଇଛି ।

Post Views79 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!