ସୋନମ ୱାଙ୍ଗଚୁକ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି କଲା ପୁଲିସ

ଦିଲ୍ଲୀର ଜନ୍ତର ମନ୍ତରରେ ଦୀର୍ଘ ୨୦ ଦିନ ଧରି ଅନଶନରେ ବସିଥିବା ସମାଜସେବୀ ସୋନମ ୱାଙ୍ଗଚୁକଙ୍କୁ ଦିଲ୍ଲୀ ପୁଲିସ ହସ୍ପିଟାଲରେ ଭର୍ତ୍ତି କରିଛି। ତାଙ୍କୁ ଏବେ ସଫଦରଗଞ୍ଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅସୁସ୍ଥତା କାରଣରୁ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ୱାଙ୍ଗଚୁକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଦିଲ୍ଲୀ ପୁଲିସ କହିଛି। ଦୀର୍ଘ ଦିନ ଯାଏଁ ଉପବାସ ଏବଂ ଡିହାଇଡ୍ରେସନ କାରଣରୁ ସେ ଦୁର୍ବଳ ହୋଇଯାଇଛନ୍ତି। ତାଙ୍କର ଓଜନ ୯ କିଲୋରୁ ଅଧିକ ହ୍ରାସ ହୋଇଯାଇଛି। ଶରୀରର ଜରୁରୀ ସ୍ୱାସ୍ଥ୍ୟ ପାରାମିଟରଗୁଡ଼ିକୁ ସ୍ୱାଭାବିକ କରିବା ପାଇଁ ତାଙ୍କୁ ନିରନ୍ତର ତଦାରଖ ଏବଂ ଚିକିତ୍ସା ଆବଶ୍ୟକ ବୋଲି ଡାକ୍ତର କରିଛନ୍ତି। ତାଙ୍କ ସ୍ଵାସ୍ଥ୍ୟାବସ୍ଥା ସ୍ଥିର ରହିଛି।
ସୂଚନାନୁଯାୟୀ, ଶନିବାର ସକାଳେ ଦିଲ୍ଲୀ ପୁଲିସ ଜନ୍ତର ମନ୍ତରରେ ପହଞ୍ଚି ସୋନମ ୱାଙ୍ଗଚୁକଙ୍କୁ ହସ୍ପିଟାଲ ନେଇଛି। ଏନେଇ ଡିସିପି ଟ୍ଵିଟ୍ କରି ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି ଯେ, ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଏବଂ ସ୍ଵାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ କ୍ରମେ ସୋନମ ୱାଙ୍ଗଚୁକଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଛୁ। ଜନ୍ତର ମନ୍ତରରେ ଥିବା ଆନ୍ଦୋଳନକାରୀଙ୍କୁ ନିବେଦନ କରୁଛୁ ଯେ, ସେମାନେ ଶାନ୍ତିପୂର୍ଣ୍ଣ ଉପାୟରେ ଜାଗା ଖାଲି କରି ଦିଅନ୍ତୁ। ସୋନମଙ୍କୁ ଏବେ ଡାକ୍ତରଙ୍କ ତଦାରଖରେ ରଖାଯାଇଛି।

Post Views87 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!