ଦିଲ୍ଲୀରେ ଚାଲିଥିବା ଆନ୍ଦୋଳନ ଶେଷ ହୋଇଛି, ହେଲେ ଅଭିଜିତ ଦୀପକେ ଏଯାଏଁ ଘରକୁ ଫେରି ନାହାନ୍ତି । ତାଙ୍କୁ ଟାଇଫଏଡ୍ ହୋଇଥିବାରୁ ସେ ହସ୍ପିଟାଲରେ ଅଛନ୍ତି । ଆଉ ୪-୫ ଦିନ ପରେ ଘରକୁ ଫେରିବେ । ଘରେ ତାଙ୍କ ବିବାହକୁ ନେଇ ପୁଣି ଥରେ ଆଲୋଚନା ହେବ ବୋଲି ମା’ ଅନୀତା ଦୀପକେ କହିଛନ୍ତି । ତେବେ ଖୁବଶୀଘ୍ର ହତକୁ ଦିହାତ ହୋଇପାରନ୍ତି ଅଭିଜିତ ଦୀପକେ ।
ହେଲେ ବାପା-ମାଙ୍କ ସହ ଆଲୋଚନା ପରେ ଜୀବନସାଥି ବାଛିବେ ଅଭିଜିତ । ତେଣୁ ଆନ୍ଦୋଳନ ସମୟରେ ଅଭିଜିତଙ୍କୁ ଯେଉଁ ଯୁବତୀଙ୍କ ସହ ଦେଖିବାକୁ ମିଳିଥିଲା ସେ, ତାଙ୍କର ଗାର୍ଲଫ୍ରେଣ୍ଡ ନୁହେଁ ବୋଲି ପରିବାର ଲୋକ କହିଛନ୍ତି । ହେଲେ ଏଥିରେ କେତେ ସତ୍ୟତା ରହିଛି ତାହା ସମୟ ଆସିଲେ ଜଣାପଡ଼ିବ ।
ଏକ ବ୍ୟଙ୍ଗାତ୍ମକ ସୋସିଆଲ ମିଡିଆ କ୍ୟାମ୍ପେନରୁ ପରିଚୟ ଲାଭ କରିଥିବା ଅଭିଜିତ ଦୀପକେଙ୍କ ବିବାହକୁ ନେଇ ତାଙ୍କ ଫଲୋୟର୍ସଙ୍କ ମଧ୍ୟରେ ଉତ୍ସାହ । ଏତିକି ବେଳେ , ତଙ୍କ ମା’ ଦୀପକେଙ୍କ ବିବାହକୁ ନେଇ ବଡ଼ ଅପଡେଟ ଦେଇଛନ୍ତି । ହେଲେ ଏନେଇ ପୁଅ ସହ ଆଉ ଥରେ ଆଲୋଚନା କରିବେ ବୋଲି ମଧ୍ୟ ଅନୀତା ଦୀପକେ ସ୍ପଷ୍ଟ କରିଛନ୍ତି। ସେପଟେ ଆନ୍ଦୋଳନ ସମୟରେ ତାଙ୍କ ପରିବାର ପ୍ରତି ବିପଦ ଥିଲା ବୋଲି କହିଛନ୍ତି ଅନୀତା । ପ୍ରାୟ ୧୫ ଦିନ କୌଣସି ସଂପର୍କୀୟଙ୍କ ଘରେ ରହିବା ପରେ ଅନୀତା ଏବଂ ତାଙ୍କ ସ୍ବାମୀ ନିଜ ଘର ଛତ୍ରପତି ସମ୍ଭାଜୀ ନଗର ଫେରିଆସିଛନ୍ତି । ତେବେ ଯାହା ହେଉ ନା କାହିଁକି, ପୁଅ ଅଭିଜିତଙ୍କ ବାହାଘର ପାଇଁ ବାପା-ମା ବେଶ ଉତ୍ସାହିତ ଅଛନ୍ତି ।
ଅନ୍ୟପଟେ ପିଲାଦିନେ ଦୀପକେ ଲାଜକୁଳା ସ୍ବଭାବର ଥିଲେ ବୋଲି କହିଛନ୍ତି ଅନୀତା। ସେ କେବଳ ଭୋକ ହେଲେ ଖାଇବା ମାଗନ୍ତି ଏବଂ କୌଣସି ଜିନିଷର ଦରକାର ପଡ଼ିଲେ କୁହନ୍ତି । ଏପରିକି ସେ ସ୍କୁଲରେ ଆୟୋଜିତ ଡିବେଟରେ ବି ଭାଗ ନିଅନ୍ତି ନାହିଁ । କିନ୍ତୁ ପୁଅକୁ ଟିଭିରେ ୩ଟି ଭାଷାରେ ଭାଷଣ ଦେଉଥିବା ଦେଖି ତାଙ୍କୁ ଖୁସି ଲାଗିଲା ବୋଲି କହିଛନ୍ତି ଅନୀତା । କିନ୍ତୁ କରୋନା ମହାମାରୀ ସମୟରେ ଦୀପକେ ୧୫ ଆଦିବାସୀ ପରିବାରଙ୍କୁ ତାଙ୍କ ଘରେ ରହିବାକୁ ସ୍ଥାନ ଦେଇଥିଲେ । ସେମାନଙ୍କ ପାଇଁ ଖାଦ୍ୟପେୟର ଆୟୋଜନ କରିଥିଲେ ବୋଲି କହିଛନ୍ତି ଅନୀତା ଦୀପକେ । ଅଭିଜିତ ଦୀପକେ ଦଶମ ଶ୍ରେଣୀରେ ୯୬ ପ୍ରତିଶତ ନମ୍ବର ରଖି ପାସ୍ କରିଥିଲେ ।

