ଆଜିକାଲି ପ୍ରତି ସ୍ଥାନରେ ପେମେଣ୍ଟ ପାଇଁ ଆମେ ନିଜର ସ୍ମାର୍ଟଫୋନ୍ ବାହାର କରୁ ଓ କ୍ୟୁଆର କୋଡ୍ ସ୍କାନ୍ କରିଦେଉ। ବିନା କୌଣସି ଅତିରିକ୍ତ ଚାର୍ଜରେ ଆଖି ପିଛୁଳାକେ ଟଙ୍କା ସ୍ଥାନାନ୍ତରିତ ହୁଏ। ଡିଜିଟାଲ ପେମେଣ୍ଟର ଏହି ଧାରା ସାଧାରଣ ଲୋକଙ୍କ ପାଇଁ ଜୀବନକୁ ବହୁତ ସହଜ କରିଦେଇଛି। ତଥାପି, ଏହି ମାଗଣା ଏବଂ ସୁବିଧାଜନକ ବ୍ୟବସ୍ଥା ଏକ ବଡ଼ ପରିବର୍ତ୍ତନ ଦେଇ ଗତି କରିବାକୁ ଯାଉଛି। ଗୁରୁବାର, ଲୋକସଭାରେ ପେମେଣ୍ଟ ଏବଂ ସେଟେଲମେଣ୍ଟ ସିଷ୍ଟମ୍ (ସଂଶୋଧନ) ବିଲ୍ ୨୦୨୬ ପାସ୍ ଧ୍ବନୀମତରେ ପାସ୍ ହୋଇଛି। ଏହି ଗୁରୁତ୍ୱପୂର୍ଣ୍ଣ ବିଲ୍ ପାସ୍ ହେବାର ଅର୍ଥ ହେଉଛି ଭବିଷ୍ୟତରେ, ଆପଣଙ୍କର UPI କାରବାର ଉପରେ ସରଚାର୍ଜ କିମ୍ବା ମର୍ଚେଣ୍ଟ ଡିସକାଉଣ୍ଟ ରେଟ୍ (ଏମଡିଆର) ଲାଗିବାର ଆଇନଗତ ରାସ୍ତା ସମ୍ପୂର୍ଣ୍ଣ ଭାବରେ ସଫା ହୋଇଯିବ।
ଏପର୍ଯ୍ୟନ୍ତ ଦେଶର ଆଇନ ଅନୁଯାୟୀ,ୟୁପିଆଇ ପେମେଣ୍ଟ ପାଇଁ ଆପଣଙ୍କୁ ଟଙ୍କାଟିଏ ବି ଅତିରିକ୍ତ ଅର୍ଥ ଦେବାକୁ ପଡୁନଥିଲା। ଏହି ସେବା ଗ୍ରାହକଙ୍କ ପାଇଁ ସମ୍ପୂର୍ଣ୍ଣ ମାଗଣା ଥିଲା। ତଥାପି, ଏକ ନୂତନ ଆଇନଗତ ସଂଶୋଧନ ଏହି ପରିସ୍ଥିତିକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଛି। ନୂତନ ବିଲ୍ ଅନୁଯାୟୀ, କେଉଁ ଇଲେକ୍ଟ୍ରୋନିକ୍ ପେମେଣ୍ଟ ମୋଡ୍ ପାଇଁ ଦେୟ ନିଆଯିବ ତାହା ନିର୍ଣ୍ଣୟ କରିବାର ସ୍ୱତନ୍ତ୍ର ଅଧିକାର କେନ୍ଦ୍ର ସରକାରଙ୍କର ରହିଛି। ସରକାର ଏକ ସରକାରୀ ବିଜ୍ଞପ୍ତି ଜାରି କରିଛନ୍ତି, ଯାହା UPI ଏବଂ ଅନ୍ୟାନ୍ୟ ପେମେଣ୍ଟ ପଦ୍ଧତି ପାଇଁ ଫି’ ଲାଗୁ କରିବାକୁ ଅନୁମତି ଦେଇପାରିବ।
ଡିଜିଟାଲ ପେମେଣ୍ଟ ଉପରେ ଶୁଳ୍କ ଲାଗୁ କରିବାକୁ ସରକାରଙ୍କୁ ମିଳିଲା କ୍ଷମତା

