ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରା ଟଙ୍କା

ସୁଭଦ୍ରା ଯୋଜନାର ହିତାଧିକାରୀଙ୍କ ପାଇଁ ଆସିଛି ବଡ଼ ଖୁସି ଖବର। ଆସନ୍ତା ରାକ୍ଷୀ ପୂର୍ଣ୍ଣିମା ଅବସରରେ ସୁଭଦ୍ରା ଯୋଜନାର ପରବର୍ତ୍ତୀ କିସ୍ତି ଟଙ୍କା ପ୍ରଦାନ କରାଯିବ। ଏଥିସହ ୨୫ ଜୁଲାଇ ସୁଦ୍ଧା ଯେଉଁ ଆବେଦନଗୁଡ଼ିକର ନାମ ଜିଲ୍ଲା ସ୍ତରରୁ ଚୂଡ଼ାନ୍ତ ତାଲିକାରେ ଆସିଥିବ, ସେହି ଯୋଗ୍ୟ ହିତାଧିକାରୀମାନେ ମଧ୍ୟ ଏହି ପର୍ଯ୍ୟାୟରେ ଆର୍ଥିକ ସହାୟତା ପାଇବେ। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି।
ଉପମୁଖ୍ୟମନ୍ତ୍ରୀଙ୍କ କହିବା ଅନୁଯାୟୀ, ୨୫ ଜୁଲାଇ ସୁଦ୍ଧା ଜିଲ୍ଲା ସ୍ତରରୁ ଯେଉଁ ନାମଗୁଡ଼ିକ ଅନୁମୋଦନ ପାଇ ସରକାରଙ୍କ ନିକଟକୁ ପହଞ୍ଚିଥିବ, ସେହି ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ରାକ୍ଷୀ ପୂର୍ଣ୍ଣିମା ଅବସରରେ ସିଧାସଳଖ ଟଙ୍କା ପଠାଯିବ। ଏହା ଫଳରେ ଅପେକ୍ଷାରେ ଥିବା ଅନେକ ମହିଳା ଉପକୃତ ହେବେ।
ସୁଭଦ୍ରା ଯୋଜନା ଓଡ଼ିଶା ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ମହିଳା କଲ୍ୟାଣ ଯୋଜନା। ଏହା ମାଧ୍ୟମରେ ଯୋଗ୍ୟ ମହିଳାମାନଙ୍କୁ ପର୍ଯ୍ୟାୟକ୍ରମେ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି, ଯାହା ସେମାନଙ୍କ ଆର୍ଥିକ ସଶକ୍ତିକରଣ ଓ ଆତ୍ମନିର୍ଭରଶୀଳତାକୁ ବୃଦ୍ଧି କରିବାରେ ସହାୟକ ହେଉଛି। ଏହି ଯୋଜନାରେ ଯୋଗ୍ୟ ମହିଳାମାନଙ୍କୁ ପ୍ରତିବର୍ଷ ୫ ହଜାର ଟଙ୍କା ଲେଖାଏଁ ଦୁଇଟି କିସ୍ତିରେ ମୋଟ ୧୦ ହଜାର ଟଙ୍କା ପ୍ରଦାନ କରାଯାଉଛି।ପ୍ରତିବର୍ଷ ପ୍ରଥମକିସ୍ତି ରକ୍ଷାବନ୍ଧନ ଦିବସରେ ଓ ଦ୍ବିତୀୟ କିସ୍ତି ଆନ୍ତର୍ଜାତୀୟ ମହିଳା ଦିବସରେ ପ୍ରଦାନ କରାଯାଉଛି।

Post Views60 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!