କୋଟି କୋଟି ଟଙ୍କାର ଆସିବ ପୁଞ୍ଜି, ମିଳିବ ନିଯୁକ୍ତି

ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସୁଂଯୁକ୍ତ ଅରବ ଏମିରେଟ୍ସ ଅଭିଯାନ ଆରମ୍ଭ ହୋଇଛି। ଆଜିଠାରୁ ତିନି ଦିନ ଧରି ନିବେଶକଙ୍କ ସହ ମାରାଥନ ବୈଠକ ଓ ଆଲୋଚନା ଚାଲିବ। ଦୁବାଇରେ ‘ଓଡ଼ିଶା ରୋଡ୍ ଶୋ’ ଆୟୋଜିତ ହେବ।

ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ‘ଟିମ୍ ଓଡ଼ିଶା’ ଆବୁଧାବିରେ ପହଞ୍ଚିଛନ୍ତି। ଏହି ନିବେଶ ଅଭିଯାନ ସେପ୍ଟେମ୍ବର ୧୧ ତାରିଖ ଯାଏଁ ଚାଲିବ। ୟୁଏଇ-ଓଡ଼ିଶାର ଆର୍ଥିକ ସମ୍ପର୍କକୁ ଏହା ଆହୁରି ମଜବୁତ କରିବ। ନିବେଶ, ଉତ୍ପାଦନ, ଭିତ୍ତିଭୂମି, ଶକ୍ତି ଓ ସମ୍ଭାବ୍ୟ ଶିଳ୍ପ କ୍ଷେତ୍ରରେ ନୂଆ ସହଭାଗିତା ସୃଷ୍ଟି ହେବ ବୋଲି ଆଶା କରାଯାଉଛି।

ଆବୁଧାବିଠାରେ ଆଜିଠାରୁ ବିଭିନ୍ନ ଉଚ୍ଚସ୍ତରୀୟ ବ୍ୟବସାୟିକ ଆଲୋଚନା ଓ ବୈଠକ ଅନୁଷ୍ଠିତ ହେବ। ୟୁଏଇର ବିଭିନ୍ନ ପ୍ରତିଷ୍ଠାନ, ନିବେଶକ ଓ ବ୍ୟବସାୟିକ ଲିଡରଙ୍କ ସହ ୱାନ୍ ଟୁ ୱାନ୍ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ। ଆଜି ଇଣ୍ଟରନ୍ୟାସନାଲ ହୋଲଡିଂ କମ୍ପାନୀ ଆଇଏଚସି ଓ ଏହାର ବିଭିନ୍ନ ଶାଖା ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

Post Views30 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!