କାର୍ କୁ ଧକ୍କା ଦେଲା ଡମ୍ପର, ଗୋଟିଏ ପରିବାରର ୩ ଜଣଙ୍କ ସମେତ ୪ ମୃତ

ରାଜସ୍ଥାନ ଜୟପୁର-ଫାଲୋଡି ମେଗା ହାଇୱେରେ ଡମ୍ପର ଓ କାର୍ ମଧ୍ୟରେ ଭୟଙ୍କର ଧକ୍କା ହୋଇଛି ।

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, କାରର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଚୁରମାର୍ ହୋଇଯାଇଥିବା ବେଳେ ଯାତ୍ରୀମାନେ ଭିତରେ ଫସି ରହିଥିଲେ । ଦୁର୍ଘଟଣା ପରେ ସ୍ଥାନୀୟ ଲୋକ ଉଦ୍ଧାର କରିବା ପାଇଁ ଘଟଣାସ୍ଥଳକୁ ଚାଲିଆସିଥିଲେ ।

ଘଟଣା ସ୍ଥଳରେ ଚାରି ଜଣ ଯାତ୍ରୀଙ୍କ ଜୀବନ ଚାଲିଯାଇଥିଲା । ମୃତ ଚାରିଜଣ ଯାକ ଝୁଞ୍ଜୁନୁ ଜିଲ୍ଲାର ବାସିନ୍ଦା ବୋଲି ପୋଲିସ ସୂଚନା ଦେଇଛି । ମୃତକ ପରିଚୟ ମିଳିଛି ।

କାରରେ ଥିବା ଲକ୍ଷ୍ମଣ ସିଂହ(୪୬), ପତ୍ନୀ ତୁଳସୀ (୪୫), ଝିଅ ଶୀତଲ (୨୨), ଡ୍ରାଇଭର ରାମକିଶନ (୩୫) ଥିଲେ । ଘଟଣା ପରେ ପୋଲିସ ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ପାଇ ପଠାଇ ମୃତକଙ୍କ ପରିବାରବର୍ଗଙ୍କୁ ମଧ୍ୟ ସୂଚନା ଦେଇଛି । ଦୁର୍ଘଟଣା ପରେ ମୃତକଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି ।

ଖବର ମୁତାବକ, ଜୟପୁର-ଫାଲୋଡି ମେଗା ହାଇୱେରେ କାର୍ ଓ ଡମ୍ପର ମୁହାଁମୁହିଁ ଧକ୍କା ହୋଇଥିଲା । ଭୟଙ୍କର ଦୁର୍ଘଟଣାରେ କାର୍ ସାମ୍ନା ପାଖ ସଂପୂର୍ଣ୍ଣ ଭାବେ ଚୁରମାର ହୋଇଯାଇଥିଲା । କାର୍ ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଭାବେ ଚୁରମାର୍ ହୋଇଯାଇଥିବା ବେଳେ ଗାଡ଼ି ଭିତରେ ଏମାନେ ଫସି ରହିଥିଲେ । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଆତଙ୍କ ଖେଳିଯାଇଥିଲା । ସୂଚନା ପାଇ ସ୍ଥାନୀୟ ଲୋକଙ୍କ ସହ ପୋଲିସ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ।

Post Views8 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!