ମହାବିଦ୍ୟାଳୟରେ ଛାତ୍ରୀଙ୍କୁ ମାଡ଼

ମହାବିଦ୍ୟାଳୟରେ ଛାତ୍ରୀଙ୍କୁ ମାଡ଼ । ଅଧ୍ୟାପିକା ମାଡ଼ ମାରି ଲହୁ ଲୁହାଣ କରିଥିବା ଅଭିଯୋଗ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଚାଣକ୍ୟ ଜୁନିଅର ବିଜ୍ଞାନ ମହାବିଦ୍ୟାଳୟରୁ ଅଭିଯୋଗ ।

ଇଂରାଜୀ ଅଧ୍ୟାପିକା ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଏପରିକି ଛାତ୍ରଛାତ୍ରୀଙ୍କୁ କଲେଜରୁ ବାହାରକୁ ଛଡ଼ାଯାଉନଥିବା ମଧ୍ୟ ଅଭିଯୋଗ ହୋଇଛି ।

ଘଟଣାକୁ ନେଇ ଚିନ୍ତା ପ୍ରକାଶ କରିବା ସହ ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରି ନିରପେକ୍ଷ ତଦନ୍ତ କରିବାକୁ ଦାବି କରିଛନ୍ତି ଛାତ୍ରୀ ।

ଏନେଇ ମହାବିଦ୍ୟାଳୟର ଅଧ୍ୟକ୍ଷ ଓ କଲେଜ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରିନାହିଁ । ଅଭିଯୋଗରେ କେତେ ସତ୍ୟତା ରହିଛି ସେନେଇ ତଦନ୍ତ କରୁଛି ପୋଲିସ । ସେପଟେ ଛାତ୍ରୀଙ୍କୁ ମାଡ଼ ମାରୁଥିବାର ଭିଡିଓ ସିସିଟିଭିରେ ଭାଇରାଲ ହେଉଛି ।

Post Views51 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!