ନୂଆବର୍ଷ ପଛର କାହାଣୀ

ଆଜି ବିଶ୍ବ ପାଳୁଛି ନୂଆବର୍ଷ। ୨୦୨୨କୁ ବିଦାୟ ଦେଇ ୨୦୨୩କୁ ସ୍ବାଗତ କରିଛନ୍ତି ପୃଥିବୀବାସୀ। ହେଲେ ଆପଣ ଜାଣନ୍ତି କି ନୂତନ ବର୍ଷ ଜାନୁଆରୀ ୧ ତାରିଖରେ କାହିଁକି ପାଳନ କରାଯାଏ ? କେବେଠୁ ଜାନୁଆରୀ ୧ ତାରିଖକୁ ନୂତନ ବର୍ଷ ଭାବେ ପାଳନ କରାଯାଉଛି? ତେବେ ଆସନ୍ତୁ ଜାଣିବା ଏ ସମ୍ବନ୍ଧିତ କିଛି କୋଚକ ତଥ୍ୟ।

କୁହାଯାଏ ଯେ ନୂଆବର୍ଷର ଧାରଣା ପ୍ରାୟ ୪୦୦୦ ବର୍ଷ ପୂର୍ବେ ଖ୍ରୀଷ୍ଟପୂର୍ବ ୨୦୦୦ ବର୍ଷରେ ପ୍ରାଚୀନ ବାବିଲନରେ ହୋଇଥିଲା। ଏଠାକାର ଲୋକେ ୧୧ ଦିନ ଧରି ନୂଆବର୍ଷକୁ ଆକିଟୁ ନାମରେ ପାଳନ କରୁଥିଲେ। ଏମାନେ ମାର୍ଚ୍ଚ ମାସରେ ଏହାକୁ ପାଳନ କରୁଥିଲେ।

ଜାନୁଆରୀରେ ନୂଆବର୍ଷ ପାଳନ କରିବାର କାରଣ
ନୂଆବର୍ଷର ପାଳନ ଅନେକ ବର୍ଷ ଧରି ହୋଇଆସୁଛି। ପୂର୍ବରୁ ମାର୍ଚ୍ଚ ମାସରେ ବସନ୍ତର ଆଗମନରେ ନୂଆବର୍ଷ ପାଳନ କରାଯାଉଥିଲା। ସେତେବେଳେ ରୋମନ କ୍ୟାଲେଣ୍ଡରରେ କେବଳ ୧୦ ମାସ ହିଁ ଥିଲା। ଗୋଟିଏ ବର୍ଷରେ ୩୧୦ ଦିନ ଓ ୮ଦିନରେ ସପ୍ତାହେ ହେଉଥିଲା।

ପରେ ରୋମର ରାଜା ନୂମା ପୋମ୍ପିଲସ ରୋମନ କ୍ୟାଲେଣ୍ଡରରେ କିଛି ପରିବର୍ତ୍ତନ କରିଥିଲେ। ପରେ ରୋମରେ ଶାସକ ଜୁଲିୟସ ସିଜର ଏହି କ୍ୟାଲେଣ୍ଡରରେ ପରିବର୍ତ୍ତନ କରି ୧୦ ମାସକୁ ୧୨ ମାସ କରିଥିଲେ। ସେତେବେଳର ଜ୍ୟୋତିର୍ବିଜ୍ଞାନୀମାନଙ୍କ ପରାମର୍ଶ କ୍ରମେ ଜୁଲିୟସ ସିଜର ଏହି କ୍ୟାଲେଣ୍ଡରରେ ପରିବର୍ତ୍ତନ କରିଥିଲେ।

ପରେ ୧୫୮୨ ମସିହାରେ ପୋପ ଗ୍ରୋଗୋରୀ କ୍ୟାଲେଣ୍ଡରରେ ଲୁପ ଇୟର ବା ଅଧିବର୍ଷର ଆବିଷ୍କାର କରିଥିଲେ। ପରେ ସେ ନୂତନ କ୍ୟାଲେଣ୍ଡର ତିଆରି କରି ଜାନୁଆରୀ ୧ ତାରିଖରେ ନୂଆବର୍ଷ ପାଳନ କଲେ।

Post Views6 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!