ଝିଅ ମାନଙ୍କ ପାଇଁ ତିଆରି କରୁଥିଲେ ଫେସ୍‌ ପ୍ୟାକ୍, ଆଜି ବିୟୁଟି ପ୍ରଡକ୍ଟରୁ ଲକ୍ଷ ଲକ୍ଷର ରୋଜଗାର

କିଛି କରି ଦେଖାଇବାର ଇଚ୍ଛାରୁ ଆରମ୍ଭ ହୁଏ ସଫଳତାର ଯାତ୍ରା। ଚେଷ୍ଟାଦ୍ବାରା ଅନେକ କଷ୍ଟକର କାମ ସମ୍ଭବ। ସେଭଳି କିଛି ଚେଷ୍ଟା ଦ୍ବାରା ଆଗକୁ ବଢି ସଫଳ ହୋଇଛନ୍ତି ଜଣେ ମହିଳା। ସେ ହେଲେ ଋତୁ ବଂଶାଲୀ। ୨୮ ବର୍ଷ ହେବ ସେ ଗୃହିଣୀ ଭାବେ କାର୍ଯ୍ୟ କରୁଥିଲେ। ୪୯ ବର୍ଷ ବୟସରେ ହେଲେ ସଫଳ ବ୍ୟବସାୟୀ। ଏହି ବ୍ୟବସାୟରେ ତାଙ୍କୁ ସହଯୋଗ କରୁଛନ୍ତି ତାଙ୍କର ୨ ଝିଅ।ଋତୁଙ୍କର ୨ ଝିଅ ଦିବା ଏବଂ ଦିଆଙ୍କ ସହ ମିଶି ତ୍ୱଚା ଓ କେଶ ସୁସ୍ଥ ରଖିବା ପାଇଁ ବିଭିନ୍ନ ପ୍ରକାର ପ୍ରଡକ୍ଟ କରୁଛନ୍ତି। ‘ଏଭ୍ରିଥିଙ୍ଗ୍ ମମ୍ ମେଡ୍’ ନାମରେ ରହିଛି ତାଙ୍କର ବ୍ରାଣ୍ଡ। ଏନେଇ ଇନଷ୍ଟାଗ୍ରାମ୍ରେ ସେମାନେ ପୋଷ୍ଟ୍ କରି ନିଜ ପ୍ରଡକ୍ଟର ବିଜ୍ଞାପନ କରୁଛନ୍ତି। ଏହି ଉପାୟରେ ମାଆଝିଅ ୩ ଜଣ ମିଶି ମାସକୁ ୪.୫ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି।
ଜୟପୁରର ଋତୁ ପ୍ରଥମେ ୨୦୨୦ରେ ଏହି ବ୍ୟବସାୟ ଆରମ୍ଭ କରି ଏବେ ଜଣେ ସଫଳ ଉଦ୍ୟୋଗୀ ହୋଇପାରିଛନ୍ତି। ପ୍ରଥମେ ୨୧ ହଜାର ଟଙ୍କା ଖର୍ଚ୍ଚ କରି ଏହି ବ୍ୟବସାୟ ଆରମ୍ଭ କରିଥିଲେ। ପ୍ରଥମେ ନିଜ ପାଇଁ ଓ ଝିଅମାନଙ୍କ ପାଇଁ ଘରୋଇ କେଶ ଓ ତ୍ବଚା ଉପକରଣ ତିଆରି କରୁଥିଲେ ଋତୁ। ଯାହାକୁ ଘରେ ଝିଅ ମାନେ ବ୍ୟବହାର କରୁଥିଲେ ଏବଂ ଏହି ଘରୋଇ ଉପକରଣ ଭଲ କାମ ଦେଉଥିଲା। ଝିଅମାନେ ଏହି ଘରୋଇ ଉପକରଣକୁ ଲୋକଲୋଚନକୁ ଆଣିବାକୁ ପ୍ରୋତ୍ସାହନ କଲେ। ଏହାପରେ ଋତୁ ବ୍ୟବସାୟ କରିବା ନେଇ ଚିନ୍ତା କରିଥିଲେ।
ଆଗକୁ ଋତୁ ନିଜର ୱେବସାଇଟ୍‌ କରିବାର ନିଷ୍ପତ୍ତି ନେଇଛନ୍ତି। ଏବେ ଏମାନଙ୍କ ପ୍ରଡକ୍ଟ ସୋସିଆଲ ମିଡିଆ ସାଇଟ୍‌ରୁ କିଣି ହେବ।

Post Views12 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!