୩୫ବର୍ଷ ପର୍ଯ୍ୟନ୍ତ ଚାକିରିରେ ଅଶାନ୍ତି ଥିଲେ, ଆରମ୍ଭ କଲେ BoAt ବ୍ରାଣ୍ଡ

ଆଜିକାଲି ପ୍ରାୟ ଲୋକ ବୋଟ୍ କମ୍ପାନୀ ଦ୍ବାରା ପ୍ରସ୍ତୁତ ହେଉଥିବା ପ୍ରଡକ୍ଟ ବ୍ୟବହାର କରୁଛନ୍ତି। କ୍ୱାଲିଟି ଭଲ ଥିବାର ଏହି ପ୍ରଡକ୍ଟର ବେଶ୍ ଚାହିଦା। ତେବେ ଏହାର ପ୍ରତିଷ୍ଠାତା ଅମନ ଗୁପ୍ତା ୩୫ବର୍ଷ ପର୍ଯ୍ୟନ୍ତ ଜାଣିନଥିଲେ ତାଙ୍କୁ କଣ କରିବାର ଅଛି। ବୃତ୍ତିରେ ଚାଟାର୍ଡ ଆକାଉଣ୍ଟ ହୋଇଥିବା ବେଳେ ଅମନ କିନ୍ତୁ ବ୍ୟବସାୟ କରିବାକୁ ଚାହୁଁଥିଲେ। ଦୀର୍ଘ ଦିନ ଧରି ବୃତ୍ତିରେ ନିରାଶ ରହିବା ପରେ ମୁଣ୍ଡକୁ ଆସିଲା ବୋଟ୍ର ଚିନ୍ତା। ୧୯୮୨ରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ ଅମନ। ବୃତ୍ତି ଅନୁଯାୟୀ ସେ ଜଣେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ। ଅମନ ଦିଲ୍ଲୀ ପବ୍ଲିକ୍ ସ୍କୁଲରୁ ପାଠ ପଢା ସାରିବା ପରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ସ୍ନାତକ ହାସଲ କରିଥିଲେ । ପରେ ସେ ଉଚ୍ଚଶିକ୍ଷା ପାଇଁ ଆମେରିକାର କେଲୋଗ୍ ଗ୍ରାଜୁଏଟ୍ ସ୍କୁଲ୍ ଅଫ୍ ମ୍ୟାନେଜମେଣ୍ଟକୁ ଯାଇଥିଲେ। ଅମନ ପିଲାଦିନରୁ ଜଣେ ବ୍ୟବସାୟୀ ହେବାକୁ ଚାହୁଁଥିଲେ। ପ୍ରଥମେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ପରେ, ICAI ଏବଂ ପରେ ଆମେରିକା ପଢିବାକୁ ଗଲେ। ଅମନଙ୍କ ବାପା ନୀରଜ ଗୁପ୍ତା ଏବଂ ମାଆ ଜ୍ୟୋତି କୋଚର ଗୁପ୍ତା। ପ୍ରିୟା ଦାଗରଙ୍କୁ ବିବାହ କରିଛନ୍ତି ଅମନ ଏବଂ ତାଙ୍କର ଦୁଇ ଝିଅ ଅଛନ୍ତି।

ଅମନ ସହକାରୀ ପରିଚାଳକ ଭାବରେ ମାର୍ଚ୍ଚ ୨୦୦୩ରେ ସିଟି ସହିତ ତାଙ୍କ କ୍ୟାରିଅର୍ ଆରମ୍ଭ କରିଥିଲେ | ତା’ପରେ ସେ ଆଡଭାନ୍ସଡ ଟେଲିମିଡିଆ ପ୍ରାଇଭେଟ୍‌ ଲିମିଟେଡ୍ର ସହ-ପ୍ରତିଷ୍ଠାତା ହୋଇଥିଲେ। ୨୦୦୫ରୁ ମାର୍ଚ୍ଚ ୨୦୧୦ ପର୍ଯ୍ୟନ୍ତ ଏହାର ସିଇଓ ଭାବରେ କାର୍ଯ୍ୟ କରିଥିଲେ। ଜୁନ୍ ୨୦୧୧ରେ ଅମନ୍ ଙ୍କ ଜୀବନ ନୂଆ ମୋଡ଼ ନେଇଥିଲା। ସେ ୨୦୧୨ ପର୍ଯ୍ୟନ୍ତ ସିନିୟର ମ୍ୟାନେଜମେଣ୍ଟ କନସଲଟାଣ୍ଟ ଭାବରେ KMPGରେ କାମକଲେ। ତଥାପି ସେ ତାଙ୍କ କାମରେ ଖୁସି ନଥିଲେ ଏବଂ ଜୀବନରେ ଏମିତି କିଛି କରିବାକୁ ଚାହୁଁଥିଲେ ଯାହା ତାଙ୍କୁ ଖୁସି ଦେଉଥିବ। ଏହାପରେ ତାଙ୍କ ମୁଣ୍ଡକୁ ଆସିଲା ବୋଟ୍‌ର ଚିନ୍ତା।
୨୦୧୬ରେ ଅମନ ସମୀର ମେହେଟ୍ଟାଙ୍କ ସହ BoAt ବ୍ରାଣ୍ଡ ଆରମ୍ଭ କଲେ। ସମୀର ମେହେଟ୍ଟା ଙ୍କ ସହ ସେ କାମ ଆରମ୍ଭ କଲେ। ପ୍ରଥମ ଦୁଇ ବର୍ଷ ପାଇଁ କମ୍ପାନୀ ଇୟରଫୋନ୍, ହେଡଫୋନ୍, ସ୍ପିକର ତିଆରି କରୁଥିଲା। ଏବେ ଏହା ବେତାର ଇୟରବଡ, ତାରଯୁକ୍ତ ହେଡଫୋନ୍, ଅନ୍ୟ ଅଡିଓ ଉପକରଣ ମଧ୍ୟ ତିଆରି କରୁଛି। କମ୍‌ ମୂଲ୍ୟରେ ଭଲ ପ୍ରଡକ୍ଟ ତିଆରି କରୁଥିବାରୁ ବୋଟର ବଢିଲା ଚାହିଦା। ଏବେ କମ୍ପାନୀ କରୁଛି କୋଟି କୋଟିର ରୋଜଗାର।

Post Views13 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!