୪ ଲକ୍ଷରେ ଆରମ୍ଭ ହୋଇଥିଲା ବ୍ୟବସାୟ, ଆଜି Flipkart କମ୍ପାନୀରୁ କୋଟି କୋଟିର ଲାଭ

ଯେତେବେଳେ ଉପରବାଲା ଦିଏ, ଛପର ଫାଡି ଦିଏ। ଏମିତି ହିଁ କିଛି ଘଟିଥିଲା ଦୁଇ ସାଙ୍ଗଙ୍କ ଜୀବନରେ। ପରସ୍ପର ସହ କେବେ ଦେଖା କରିନଥିଲେ ଦୁଇ ଆଇଆଇଟିଆନ୍। ଏମିତି ବ୍ୟବସାୟ କଲେ ଯାହା ଚର୍ଚ୍ଚାର ବିଷୟ ପାଲଟିଗଲା। ୪ ଲକ୍ଷ ଟଙ୍କା ବିନିଯୋଗ କରି ହେଲେ କୋଟିପତି। ଆମେ କହୁଛୁ ଦେଶର ଲୋକପ୍ରିୟ ଅନଲାଇନ୍ ପ୍ଲାଟଫର୍ମ Flipkarର ସହ-ପ୍ରତିଷ୍ଠାତା ତଥା ଚେୟାରମ୍ୟାନ୍ ସଚିନ ବନସାଲ ଏବଂ ତାଙ୍କ ବନ୍ଧୁ ବିନି ବାନ୍ସଲଙ୍କ ବିଷରେ ।
ଦୁହେଁ ଏହାକୁ ୨୦୦୭ ରେ ବାଙ୍ଗାଲୋରରେ ପ୍ରତିଷ୍ଠା କରିଥିଲେ। ଯଦିଓ ଉଭୟ ଚଣ୍ଡିଗଡ଼ର ବାସିନ୍ଦା। ଆଇଆଇଟିରେ ସଚିନ୍ ସିନିୟର ଏବଂ ବିନି ଜୁନିଅର ଥିଲେ। ଦୁହେଁ କିନ୍ତୁ ଆମାଜନରେ ଏକାଠି କାମ କରିଥିଲେ। ସଚିନ୍ ଏବଂ ବିନି କହିଛନ୍ତି ଯେ ଏହି କମ୍ପାନୀ ମାତ୍ର ୪ ଲକ୍ଷରୁ ଆରମ୍ଭ ହୋଇଥିଲା, ଯାହା ଆଜି ୨୦୦୦ମିଲିୟନ୍ ଡଲାରର ଏକ କମ୍ପାନୀରେ ପରିଣତ ହୋଇଛି।
ପ୍ରଥମେ ଏହି ଇ-କମର୍ସ କମ୍ପାନୀ କେବଳ ବହି ବିକ୍ରି କରୁଥିଲା। ଏବେ ଏହି ଇ-କମର୍ସ କମ୍ପାନୀରେ ସାବୁନ୍ ଠାରୁ ଆରମ୍ଭ କରି ସ୍ମାର୍ଟଫୋନ୍ ପର୍ଯ୍ୟନ୍ତ ସବୁକିଛି ବିକ୍ରି କରୁଛି । ତେବେ ମାତ୍ର ଦୁଇଟି ଶୋଇବା ରୁମ୍ ଫ୍ଲାଟରୁ ଆରମ୍ଭ ହୋଇଥିଲା ଫ୍ଲିପକାର୍ଡ। ଆଜି ଏହା୨୩ ଲକ୍ଷ ଲୋକଙ୍କୁ ରୋଜଗାର ଦେଇଛି। ତେବେ ବ୍ୟବସାୟ ଆରମ୍ଭ କରିବା ପୂର୍ବରୁ ସଚିନ୍ ଏବଂ ବିନି କେବଳ ଫୋନ୍ରେ ଯୋଗାଯୋଗ କରିଥିଲେ କନ୍ତୁ ଦେଖାକରିନଥିଲେ। ତଥାପି ଏହି ବିଜନେସ୍କୁ ବେଶ୍ ସୁନ୍ଦର ଭାବେ ଗ୍ରହଣ କଲେ।
ଏବେ ଆମେରିକାରେ ଫ୍ଲିପକାର୍ଟ ର ପ୍ରାୟ ୫,୦୦୦ଷ୍ଟୋର ଥିବାବେଳେ ବିଦେଶୀରେ ୬,୦୦୦ ରୁ ଅଧିକ ଷ୍ଟୋର ଅଛି । ଭାରତରେ ଏହାର ୯ଟି ରାଜ୍ୟରେ ୨୧ ଟି ଷ୍ଟୋର ରହିଛି। ବାଙ୍ଗାଲୋରରେ ଏହାର ଏକ ଗ୍ଲୋବାଲ୍ ରିସୋର୍ସ ସେଣ୍ଟର ଏବଂ ଟେକ୍ନୋଲୋଜି ସେଣ୍ଟର ରହିଛି। ଯେଉଁଥିରେ ୧୨୦୦ ଇଞ୍ଜିନିୟର ନିୟୋଜିତ ଅଛନ୍ତି।

Post Views29 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!