ସାବଧାନ! ବହି ନେଉଛି ଜୀବନ

ବହି ତ ଆପଣ ମାନେ ବିଭିନ୍ନ ପ୍ରକାର ଦେଖିଥିବେ ଆଉ ପଢି ମଧ୍ୟ ଥିବେ ହେଲେ ବିଷାକ୍ତ ବହି ବିଷୟରେ ଆପଣମାନେ ଜାଣିଛନ୍ତି କି । ଆଞ୍ଜା ହଁ ଦୁନିଆରେ ଏମିତି ବହି ଅଛି ଯାହା ଲୋକଙ୍କ ଜୀବନ ମଧ୍ୟ ନେଇଯାଉଛି । ତେଣୁ ଆପଣମାନେ ବହି କିଣିବା ପୁର୍ବରୁ ସାବଧାନ ହୋଇଯାଆନ୍ତୁ ।

କାରଣ ଏହା ଆପଣଙ୍କ ଜୀବନ ମଧ୍ୟ ନେଇପାରେ ଡ଼.ମେଲିସା ନାମକ ଜଣେ ମହିଳା ଏହି ବିଷାକ୍ତ ବହିକୁ ଚିହ୍ନଟ କରିଛନ୍ତି । ପୁରୁଣା ବହିକୁ ନୂଆ ରୁପ ଦେବାରେ ମାହିର ଡ଼ ମେଲିସା । ଦିନେ ସେ ଗୋଟିଏ ବହିକୁ ସଜାଡ଼ୁଥିବା ବେଳେ ସେ ଗୋଟିଏ ସବୁଜ ରଙ୍ଗର ବହି ପାଇଲେ । ଆଉ ସେହି ବହିର କଭର ପେଜ୍‌ରେ ଆରସେନିକ୍ ନାମକ ଏକ ଧାତୁ ଥିବା ଜାଣିବାକୁ ପାଇଲେ ।

୧୮୦୦ ମସିହାରେ ଲୋକମାନେ ସବୁଜ ରଙ୍ଗକୁ ଖୁବ୍ ଭଲ ପାଉଥିଲେ ଏପରିକି ଯାହାକୁ ଆମେରାଲ୍ଡ ଗିନ୍ ବୋଲି କୁହାଯାଏ । ତେଣୁ ସେ ଏହି ରଙ୍ଗକୁ ବିଭିନ୍ନ ସ୍ଥାନରେ ବ୍ୟବହାର କରୁଥିଲେ ଏପରିକି ବହିରେ ମଧ୍ୟ ବ୍ୟବହାର କରୁଥିଲେ । ଆଉ ଏଥିପାଇଁ ଦରକାର ପଡ଼ିଥାଏ ଆରସେନିକ ନାମକ ଗୋଟିଏ ଧାତୁ

ଯାହା ଏକ ପ୍ରକାର ବିଷ ଅଟେ । ଏହି ବହି କାରଣରୁ କିଛି ୩ ରୁ ୪ ଜଣ ଛୋଟ ପିଲାଙ୍କ ମୃତ୍ୟୁ ମଧ୍ୟ ହୋଇଛି । ଏହି ବହି ପୃଥୀବିର ବିଭିନ୍ନ ସ୍ଥାନରେ ବିକ୍ରି ମଧ୍ୟ ହେଉଛି ।

Post Views6 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!