ପ୍ରେମିକାଙ୍କ ସେବାରେ ବିତିଲା 30 ବର୍ଷ

ପ୍ରକୃତ ପ୍ରେମର ବାସ୍ତବତା ଆପଣ ଚଳଚିତ୍ର କିମ୍ବା କେଉଁ କାହାଣୀରେ ସୁଣିଥିବେ ହେଲେ ବର୍ତ୍ତମାନ ପ୍ରେମର ଅନ୍ୟ ନାଁ ଧୋକ୍କା ହୋଇଗଲାଣି । କିନ୍ତୁ ବର୍ତ୍ତମାନ ଏମିତି କିଛି ପ୍ରେମି ଯୁଗଣ ଅଛନ୍ତି ଯାହା ବର୍ତ୍ତମାନ ସମାଜ ପାଇଁ ଉଦାହରଣ ପାଟଲିଛନ୍ତି ।

ଯେତେବେଳେ ଏହି ଦୁହେଁ ଭେଟିଲେ, ସେମାନେ ବିବାହ ପାଇଁ ଯୋଗ୍ୟ ଥିଲେ, କିନ୍ତୁ ଭାଗ୍ୟ ସେମାନଙ୍କ ପାଇଁ ଆଉ କିଛି ରଖିୀଥିଲା । ସେମାନେ ହୁଏତ ବିବାହ କରିନାହାନ୍ତି, କିନ୍ତୁ ଏକ ସ୍ନେହପୂର୍ଣ୍ଣ ସମ୍ପର୍କର ଉଦାହରଣ ଦୁନିଆ ସାମ୍ନାରେ ସ୍ଥାପିତ କରିଛନ୍ତି ।

୧୯୯୨ ମସିହାରେ, ୨୯ ବର୍ଷିୟ ଶୁ ଜିଲି, ଯିଏ କି ଜଣେ ବଢେଇ ଥିଲେ, ୨୧ ବର୍ଷିୟ ହୁଆଙ୍ଗ କୁୟୁୟୁନଙ୍କୁ ଭେଟିଥିଲେ, ସେ ମଧ୍ୟ ଏକ ପ୍ରବାସୀ ଶ୍ରମିକ ଥିଲେ ।

ସେହି ସମୟରେ ଆରମ୍ଭ ହୋଇଥିବା ଏହି ପ୍ରେମ କାହାଣୀ ଆଜି ସୋସିଆଲ ମିଡିଆରେ ଲୋକପ୍ରିୟ ହୋଇପାରିଛି । ଶୁ ଏବଂ ହୁଆଙ୍ଗ ଚାଇନାର ହୁନାନ ପ୍ରଦେଶରେ ସାକ୍ଷାତ ହେବାର ମାତ୍ର ଏକ ମାସ ପରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ପରେ ହୁଆଙ୍ଗ ଶୁଙ୍କୁ ତାଙ୍କ ପରିବାରକୁ ଭେଟିବା ପାଇଁ ଯେଉଁ ବସରେ ଯାଇଥିଲେ ତାହା ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ବସ୍ ୭୦ ମିଟର ତଳେ ଏକ ଘାଟରେ ଖସିପଡିଥିଲା ଏବଂ ହୁଆଙ୍ଗଙ୍କ ମେରୁଦଣ୍ଡରେ ଗଭୀର ଆଘାତ ଲାଗିଥିଲା।

ଏହି ଦୁର୍ଘଟଣାରେ ହୁଆଙ୍ଗ ପକ୍ଷାଘାତରେ ପିଡ଼ିତ ହୋଇଥିଲେ ଏବଂ ଶୁ ସାମାନ୍ୟ ଆହତ ହୋଇଥିଲେ। ଏହା ସେମାନଙ୍କ ପ୍ରେମର ଏକ ପରୀକ୍ଷଣ ଥିଲା ଯେହେତୁ ଲୋକମାନେ ଶୁଙ୍କୁ ହୁଆଙ୍ଗଙ୍କୁ ଛାଡିବାକୁ କହିଥିଲେ, କିନ୍ତୁ ସେ ମନା କରିଦେଇଥିଲେ। ଡାକ୍ତରଖାନାରୁ ଡିସଚାର୍ଜ ହେବା ପରେ ଜୁ ହୁଆଙ୍ଗଙ୍କୁ ତାଙ୍କ ଘରକୁ ଆଣିଥିଲେ ଏବଂ ସେବେଠାରୁ ତାଙ୍କର ଯତ୍ନ ନେଉଥିଲେ। ଶୁ ଗାଁରେ ରହୁଥିଲେ ଏବଂ ଚାଷ କାର‌୍ୟ୍ୟରୁ ନିଜ ଘରକୁ ଚଳାଉଥିଲେ । ତାଙ୍କ ଗର୍ଲଫ୍ରେଣ୍ଡର ମନୋରଞ୍ଜନ ପାଇଁ ସେ ଚାଇନାର ବାଦ୍ୟଯନ୍ତ୍ର ବଜାଇବାକୁ ମଧ୍ୟ ଶିଖିଲେ ଓସବୁଠାରୁ ବଡ଼ କଥା ହେଉଛି ହୁଆଙ୍ଗଙ୍କ ପରିବାର ସଦସ୍ୟ ମଧ୍ୟ ତାଙ୍କ ବିଷୟରେ ଜାଣି ନଥିଲେ। ତଥାପି ତାଙ୍କ ପିତା ଏହି ଦମ୍ପତିଙ୍କ ନିକଟରେ ପହଞ୍ଚିଥିଲେ ଏବଂ ବର୍ତ୍ତମାନ ଉଭୟ ବିବାହ ପାଇଁ ଅନୁମତି ପାଇଛନ୍ତି ।

Post Views15 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!