ହକି ପାଇଁ ବଢୁଛି ଉତ୍କଣ୍ଠା; ଭୁବନେଶ୍ବର ଓ ରାଉରକେଲା ପ୍ରସ୍ତୁତ

ରାଜ୍ୟରେ ଏବେ ହକି ଫିବର। ଜାନୁଆରୀ ୧୩ ତାରିଖରୁ ହେବାକୁ ଯାଉଛି ହକି ମହାକୁମ୍ଭ। ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲାର ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ହେବ ହକି ବିଶ୍ବକପ। ଯାହାକୁ ନେଇ ଉତ୍ସାହର ସହ ଅପେକ୍ଷା କରିଛନ୍ତି ହକିପ୍ରେମୀ।
ଆଉ ମାତ୍ର କିଛି ଦିନର ଅପେକ୍ଷା। ଆରମ୍ଭ ହେବ ହକି ବିଶ୍ବକପ। ପୂର୍ବରୁ ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମରେ ହକି ବିଶ୍ବକପ ଖେଳାଯାଇଥିବାବେଳେ ଚଳିତ ଥର ପ୍ରଥମ ଥର ପାଇଁ ହକିର ଗଡ ସୁନ୍ଦରଗଡର ରାଉରକେଲାରେ ଖେଳାଯିବ ବିଶ୍ବକପ ମ୍ୟାଚ। ଯାହାକୁ ନେଇ ସମସ୍ତେ ପ୍ରସ୍ତୁତ। ଏହି ଷ୍ଟାଡିୟମରେ ୨୧ ହଜାର ଦର୍ଶକଙ୍କ କ୍ଷମତା ରହିଥିବାବେଳେ ଗ୍ରାଉଣ୍ଡରେ ଜର୍ମାନ ବ୍ଲୁ ଟର୍ଫ ବିଛାଯାଇଛି। ତେବେ ୫ ତାରିଖରେ ଏହି ଅନ୍ତର୍ଜାତୀୟ ବିର୍ସାମୁଣ୍ଡା ହକି ଷ୍ଟାଡିୟମର ଲୋକାର୍ପଣ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଲୋକାର୍ପଣ କରିବେ।

ସେପଟେ ହକି ବିଶ୍ବକପ ପାଇଁ ରାଜ୍ୟର ସବୁ ଜିଲ୍ଲାରେ ବୁଲୁଛି ହକି ବିଶ୍ବକପ ଟ୍ରଫି। ଏହାକୁ ଅତି ଆନନ୍ଦର ସହ ସ୍ବାଗତ କରୁଛନ୍ତି ଲୋକେ। ସେହିପରି ଦେଶର ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ ଏହି ମହାକୁମ୍ଭରେ ସାମିଲ ହେବାକୁ ସରକାର ନିମନ୍ତ୍ରଣ ପତ୍ର ପଠାଉଛନ୍ତି। ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ସର୍ବଦଳୀୟ ବୈଠକ ଡାକି ବିଶ୍ବକପରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଜାନୁଆରୀ ୧୩ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ଏହି ହକି ବିଶ୍ବକପ ହେବାକୁ ଥିବାବେଳେ କଟକର ବାରବାଟୀ ଷ୍ଟାଡିୟମରେ ୧୧ ତାରିଖରେ ହେବ ହକି ଉତ୍ସବ।

Post Views16 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!