ଭର୍ତ୍ତୃହରିଙ୍କ ବୟାନକୁ ନେଇ ଚର୍ଚ୍ଚା

ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି କଟକର ଲୋକସଭା ସାଂସଦ ଭର୍ତ୍ତୃହରି ମହତାବ। ବିଜେଡି ପ୍ରତିଷ୍ଠା ଦିବସରେ ତାଙ୍କର ଦେଖା ମିଳିନଥିବାବେଳେ ଏନେଇ ଦେଇଥିବା ବୟାନ ଏବେ ଚର୍ଚ୍ଚାର କେନ୍ଦ୍ର ପାଲଟିଛି। ଗଣମାଧ୍ୟମ ପ୍ରତିନିଧିଙ୍କର ପ୍ରଶ୍ନର ସିଧାସଳଖ ଉତ୍ତର ଦେଇନଥିଲେ ମଧ୍ୟ ବୁଲେଇ ବଙ୍କେଇ ନିଜର ବୟାନ ରଖିଛନ୍ତି। ୪ ଟି ପ୍ରସଙ୍ଗରେ ନିଜର ମତ ରଖିବେ ବୋଲି ସେ କହିଛନ୍ତି। ଯାହାକୁ ନେଇ ଏବେ ରାଜ୍ୟ ରାଜନୀତିରେ ବେଶ ଚର୍ଚ୍ଚା ଚାଲିଛି।
ତେବେ ସେ କେଉଁ ୪ଟି ପ୍ରସଙ୍ଗରେ ମତ ରଖିବେ। ଏହି ମତ ବିଜେଡି ସପକ୍ଷରେ ରହିବ ନା ବିପକ୍ଷରେ। ଏହି ମତ ଦଳକୁ ଅଡୁଆରେ ପକାଇବନି ତ । ସେନେଇ ଏବେ ଚାରିଆଡେ ଚର୍ଚ୍ଚା। ୨୦୨୨ ମସିହା ଡିସେମ୍ବର ୨୬ ତାରିଖରେ ପୁରୀରେ ବିଜେଡି ପ୍ରତିଷ୍ଠାର ରୌପ୍ୟଜୟନ୍ତୀ ପାଳନ କରିଥିଲା। ଏଥିରେ ସବୁ ଆଗଧାଡିର ନେତା ସାମିଲ ଥିଲେ ବି ଭର୍ତ୍ତୃହରିଙ୍କ ଦେଖାମିଳିନଥିଲା। ଯାହାକୁ ନେଇ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ରଖି ସେ ଦେଖାହେଲେ ୪ଟି ପ୍ରସଙ୍ଗରେ ଉତ୍ତର ରଖିବେ ବୋଲି କହିଛନ୍ତି। ତେବେ କାହା ସହ ଦେଖାହେଲେ ସେ ଉତ୍ତର ରଖିବେ ସେନେଇ କୌଣସି ସୂଚନା ଦେଇନାହାଁନ୍ତି।
ସୂଚନା ଥାଉକି, କିଛି ଦିନ ହେବ ସାଂସଦଙ୍କୁ ଦଳୀୟ କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁନାହିଁ। ଏହାସହ ନିଜ ଖବରକାଗଜରେ ସରକାରଙ୍କ ଦୋଷ ଦୁର୍ବଳତାକୁ ପଦାକୁ ଆଣୁଛନ୍ତି।

Post Views3 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!