ବିଜେଡିର ନବନିଯୁକ୍ତ ଗଣମାଧ୍ୟମ ଟିମକୁ ରାଜ୍ୟର ସ୍ବାର୍ଥ ପାଇଁ ସ୍ବର ଉତ୍ତୋଳନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ବିଜେଡି ନିଜର ସ୍ବରକୁ ଗଣମାଧ୍ୟମ ଆଗରେ ଆହୁରି ଶାଣିତ କରିବାକୁ ପ୍ରୟାସ ଆରମ୍ଭ କରିଛି। କିପରି ଶାଳୀନତା ସହ ରାଜ୍ୟର ସ୍ବାର୍ଥ ପାଇଁ ସ୍ବର ଉଠାଇବେ ସେନେଇ ମୁଖ୍ୟମନ୍ତ୍ରୀ ଦଳର ନବନିଯୁକ୍ତ ଗଣମାଧ୍ୟମ ଟିମଙ୍କୁ ମନ୍ତ୍ର ଦେଇଛନ୍ତି। ମଙ୍ଗଳବାର ସେମାନଙ୍କୁ ଭେଟିବା ସହ କିଛି ଟିପ୍ସ ଦେଇଛନ୍ତି। ଯାହାକୁ ଧ୍ୟାନ ରଖି କାର୍ଯ୍ୟ କରିବେ ଦଳର ମୁଖପାତ୍ର ଓ ପ୍ୟାନେଲିଷ୍ଟ।

ମଙ୍ଗଳବାର ବିଜେଡିର ଜାତୀୟ ମୁଖପାତ୍ର, ମୁଖପାତ୍ର, ମିଡିଆ ପ୍ୟାନେଲିଷ୍ଟମାନେ ନବୀନ ନିବାସରେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ନବବର୍ଷର ଶୁଭେଚ୍ଛା ଜଣାଇଥିଲେ। ଏହି ଅବସରରେ ନବୀନ ସେମାନଙ୍କୁ ରାଜ୍ୟର ସ୍ବାର୍ଥ ପାଇଁ କାମ କରିବାକୁ ପରାମର୍ଶ ଦେଇଥିଲେ। ଦଳୀୟ ଶୃଙ୍ଖଳା ଓ ଶାଳୀନତା ରକ୍ଷା କରି ରାଜ୍ୟ ହିତରେ ରାଜ୍ୟର ସ୍ବାର୍ଥ ପାଇଁ କାମ କରିବାକୁ ସେ କହିଥିଲେ।

ସେହିପରି ଦିଲ୍ଲୀରେ ରାଜ୍ୟ ପ୍ରତି ହେଉଥିବା ପ୍ରତାରଣା ବିରୋଧରେ ଶାଣିତ ସ୍ବର କରିବା ସହ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ହୋଇଥିବା ବିକାଶର ବାର୍ତ୍ତାକୁ ଘରେ ଘରେ ପହଞ୍ଚାଇ ଅପପ୍ରଚାର ବିରୋଧରେ ଲଢିବାକୁ ଦଳର ସୁପ୍ରିମୋ ନିର୍ଦ୍ଦେଶ ଦେଇଛନ୍ତି। ଯାହାକୁ ନେଇ ମୁଖପାତ୍ର ଓ ପ୍ୟାନେଲିଷ୍ଟ ମାନେ କାମ କରିବେ ବୋଲି ଶୁଣିବାକୁ ମିଳୁଛି। ତେବେ ସାଧାରଣ ନିର୍ବାଚନ ଆଉ କିଛି ମାସ ବାକିଥିବାବେଳେ ବିଜେଡି ନିଜର ସଙ୍ଗଠନକୁ ସୁଦୃଢ଼ କରିବା ସହ ଲୋକଙ୍କ ପାଖରେ କିପରି ଅଧିକ ପହଞ୍ଚିପାରିବ ସେନେଇ ଏପରି ମନ୍ତ୍ର ଦିଆଯାଇଥିବା ଚର୍ଚ୍ଚା ହେଉଛି।

Post Views7 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!