ହକି ବିଶ୍ବକପ୍: ଧର୍ମେନ୍ଦ୍ରଙ୍କ ପ୍ରଂଶସା, ଜୟନାରାୟଣଙ୍କ ସମାଲୋଚନା

ରାଜ୍ୟରେ ଏବେ ହକି କ୍ରେଜ। ଚାରିଆଡେ ହକି ଚର୍ଚ୍ଚା। କାରଣ ଲଗାତାର ଦୁଇଥର ପୁରୁଷ ହକି ବିଶ୍ବକପ ଆୟୋଜନ କରୁଛି ଓଡ଼ିଶା। ଯାହାକୁ ନେଇ ସାରା ରାଜ୍ୟ ଉତ୍ସବମୁଖର। ଦେଶରେ ଓଡ଼ିଶାକୁ ଏନେଇ ପ୍ରଂଶସା କରାଯାଉଥିବାବେଳେ ଏପଟେ ରାଜ୍ୟ ବିଜେପି ଏହାକୁ ନେଇ ଦୁଇଫାଳ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ସମର୍ଥନ କରିବା ସହ ପ୍ରଂଶସା କରୁଥିବାବେଳେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଏହାକୁ ବିରୋଧ କରିଛନ୍ତି। ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ହକି ବିଶ୍ବକପକୁ ନେଇ ସର୍ବଦଳୀୟ ବୈଠକରେ ସାମିଲ ହୋଇ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ହକି ବିଶ୍ବକପ ଓଡ଼ିଶାର ହେଉଥିବାରୁ ଏହାକୁ ପ୍ରଂଶସା କରିଥିଲେ। କିନ୍ତୁ ତାଙ୍କ ଦଳର ତଥା ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ହକି ବିଶ୍ବକପ ଆୟୋଜନକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି। ନବୀନ ପଟ୍ଟନାୟକ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନା ଅନ୍ତର୍ଜାତୀୟ ହକି ଆସୋସିଏସନର ସଭାପତି ବୋଲି ସେ କଟାକ୍ଷ କରିଛନ୍ତି। ବାରମ୍ବାର ହକି ବିଶ୍ବକପ ଆୟୋଜନ କରିବାର ଆବଶ୍ୟକତା କଣ ବୋଲି କହିବା ସହ ଗତଥର ହୋଇଥିଲା ପୁନଃବାର କରିବାର ଆବଶ୍ୟକ କଣ ବୋଲି ସେ ପ୍ରଶ୍ନ କରିଛନ୍ତି।

ହକି ବିଶ୍ବକପ ହକି ଆସୋସିଏସନ ଆୟୋଜନ କରିବା କଥା, ଓଡ଼ିଶା ସରକାର କେବଳ ସମର୍ଥନ କରିବା କଥା। ଏହାସହ ରାଜ୍ୟରେ ଅପପୃଷ୍ଟି କଥା ଉଠାଇ ଏହାର ନିରାକରଣ କରିବା ପାଇଁ ସେ କହିଛନ୍ତି। ସେହିପରି ହକି ସିନିୟର ଟିମରେ କାହିଁକି ଓଡି଼ଆ ଖେଳାଳୀଙ୍କ ସଂଖ୍ୟା କମୁଛି କହି ସେ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ତେବେ ପ୍ରଥମେ ସର୍ବଦଳୀୟ ବୈଠକରେ ଧର୍ମେନ୍ଦ୍ରଙ୍କ ପ୍ରଂଶସା ଓ ଏବେ ଜୟନାରାୟଣଙ୍କ ବିରୋଧକୁ ଲୋକେ କେତେ ଗ୍ରହଣ କରିବେ ତାହା ଦେଖିବାକୁ ଅପେକ୍ଷା।

Post Views14 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!