ନିର୍ବାଚନ ପୂର୍ବରୁ ସଙ୍ଗଠନ ସଜାଡିବ କଂଗ୍ରେସ !

ସାଧାରଣ ନିର୍ବାଚନ ଆଉ ମାତ୍ର କିଛି ମାସ ବାକି ଥିବାବେଳେ ରାଜ୍ୟରେ କଂଗ୍ରେସ ନିଜର ସଙ୍ଗଠନ ସଜାଡିବାକୁ ପ୍ରୟାସ ଆରମ୍ଭ କରିଥିବା ଦେଖିବାକୁ ମିଳିଛି। ଭାରତ ଯୋଡୋ ଅଭିଯାନ ପରେ କଂଗ୍ରେସର ହାଥ ସେ ହାଥ ଯୋଡୋ କାର୍ଯ୍ୟକ୍ରମ ଆୟୋଜିତ ହେବାକୁ ଯାଉଛି। ଯାହାକୁ ନେଇ ଆସନ୍ତା ୬ ତାରିଖରେ ରାଜ୍ୟ କଂଗ୍ରେସର ଦୁଇ ଦିନିଆ ବୈଠକ ଅନୁଷ୍ଠିତ ହେବ। ଏଥିରେ ଓଡ଼ିଶାରେ ଏହି କାର୍ଯ୍ୟକ୍ରମ କିଭଳି କାର୍ଯ୍ୟକାରୀ ହେବ ସେନେଇ ଆଲୋଚନା ହେବ ବୋଲି ଶୁଣିବାକୁ ମିଳୁଛି।

ଏନେଇ ୬ ତାରିଖରେ ପର୍ଯ୍ୟବେକ୍ଷକ ତାରିକ ହମିଦକାରା ଓଡ଼ିଶା ଗସ୍ତରେ ଆସୁଛନ୍ତି। ପ୍ରଥମେ ବରିଷ୍ଠ ନେତା ଓ ବିଧାୟକଙ୍କ ସହ ବୈଠକ ବସିବାର କାର୍ଯ୍ୟକ୍ରମ ଥିବାବେଳେ ପରେ ଜିଲ୍ଲା ସଭାପତି ଓ ପ୍ରାର୍ଥୀମାନଙ୍କ ସହ ବୈଠକ ବସିବ ବୋଲି ସୂଚନା ମିଳିଛି। ସେହିପରି ୨୦୨୪ ନିର୍ବାଚନ ପାଇଁ ଦଳ ହାତକୁ ହାତ ମିଶାଇ ଶୋଭାଯାତ୍ରା କରିବା ସହ କଂଗ୍ରେସ ସମୟରେ କଣ କଣ ଉନ୍ନତି ହୋଇଛି ତାକୁ ନେଇ ଲୋକଙ୍କ ପାଖକୁ ଯିବ ବୋଲି ଶୁଣିବାକୁ ମିଳୁଛି। ସେଥିପାଇଁ ପଞ୍ଚାୟତରୁ ରାଜ୍ୟସ୍ତରରେ ରାଲି ଅନୁଷ୍ଠିତ ହେବ।
ବରୁଣେଇରୁ କଂଗ୍ରେସର ରାଜ୍ୟସ୍ତରୀୟ ସମ୍ମିଳନୀ ହେବ ବୋଲି କୁହାଯାଇଛି। ତେବେ ଏଥିରେ ବିଶେଷ କରି କଂଗ୍ରେସକୁ ବୁଷ୍ଟର ଡୋଜ ଦେବାକୁ ପ୍ରିୟଙ୍କା ଗାନ୍ଧୀ ଆସିପାରନ୍ତି ବୋଲି ଚର୍ଚ୍ଚା ଚାଲିଛି। ତେବେ ଏପରି ହେଲେ କଂଗ୍ରେସ ଯେ ତାର ପୂର୍ବ ସ୍ଥିତି ଫେରିପାଇବ ତାକୁ ନେଇ କର୍ମୀମାନେ ଉତ୍ସାହିତ ଅଛନ୍ତି।

Post Views15 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!