ଆଜି ବାରବାଟୀ ଷ୍ଟାଡିୟମଠାରେ ଅନୁଷ୍ଠିତ ହେବ ଉଦ୍‌ଘାଟନୀ ଉତ୍ସବ

ଆଜି କଟକସ୍ଥିତ ବାରବାଟୀ ଷ୍ଟାଡିୟମଠାରେ ଅନୁଷ୍ଠିତ ହେବ ଉଦ୍‌ଘାଟନୀ ଉତ୍ସବ। ଅତିଥି ରାଷ୍ଟ୍ର ସହ ସାରା ଦେଶରେ ଏକ ସୁନ୍ଦର ଅନୁଭବ ଦେବା ଲାଗି ଏହି ଉଦ୍‌ଘାଟନୀ ଉତ୍ସବକୁ ରୋମାଞ୍ଚକର କରିବାକୁ ଆୟୋଜକ ପୂରା ଜୋର୍‌ସୋର୍‌ରେ ଉଦ୍ୟମ ଚଳାଇଛନ୍ତି।

 ବିଶ୍ୱକପ ହକିର ଉଦ୍‌ଘାଟନୀ ଉତ୍ସବ ନିମନ୍ତେ ଆୟୋଜିତ ହେବ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମକୁ ଆକର୍ଷଣୀୟ କରିବାକୁ ପୁରା ସହର ସମେତ ଷ୍ଟାଡିୟମକୁ  ସଜାଯାଇଛି ।

ଆସନ୍ତା ୧୩ରୁ ୨୯ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ଓ ରାଉରକେଲା ଷ୍ଟାଡିୟମରେ ଆୟୋଜିତ ହେବ ହକି ବିଶ୍ୱକପ୍‌ ।  ଏହି କାର୍ଯ୍ୟକ୍ରମକୁ  ଆଜି ଆନୁଷ୍ଠାନିକ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବେ । ଅନ୍ୟ କିଛି ରାଜ୍ୟର ଅତିଥି ବି ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ବଲିଉଡ୍‌ ତାରକା ରଣବୀର ସିଂହ ଓ ଦିଶା ପଟାନୀଙ୍କ ସହ ପ୍ରସିଦ୍ଧ କେ-ପପ୍‌ ବ୍ୟାଣ୍ଡ ବ୍ଲାକ୍‌ସ୍ବାନ ଗ୍ରୁପ୍‌, ଓଡ଼ିଶାର ଜଣାଶୁଣା ଗାୟିକା ଶ୍ରେୟା ଲେଙ୍କା ନିଜର ଜଲୱା ଦେଖାଇବେ।

Post Views59 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!