ଭୁବନେଶ୍ବରେ କାଲିଠୁ ଆରମ୍ଭ ହେବ ଡଟ୍ ଫେଷ୍ଟ

ହକି ପାଇଁ ସ୍ୱତନ୍ତ୍ର ସାଂସ୍କୃତିକ କାର୍ଯ୍ୟକ୍ରମ ଡଟ୍ ଫେଷ୍ଟ ଆସନ୍ତାକାଲିଠାରୁ ଆରମ୍ଭ ହେବ । ୧୫ରୁ ୨୪ ତାରିଖ ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିବାକୁ ଥିବା ବେଳେ ୨୯ ପର୍ଯ୍ୟନ୍ତ ଡଟ୍ ଫେଷ୍ଟ ଚାଲିବ ।

ଆସିବେ ଜାତୀୟ କଳାକାର । ଏଥିପାଇଁ ସୁରକ୍ଷା ବ୍ୟବସ୍ଥା ତଦାରଖ କରିଛନ୍ତି ଭୁବନେଶ୍ୱର ଡିସିପି । ସୁରକ୍ଷା ଦାୟିତ୍ବରେ ରହିବେ ୧୫ ପ୍ଲାଟୁନ ପୋଲିସ ଫୋର୍ସ । ଯେଉଁଥିରୁ ୫ ପ୍ଲାଟୁନ ଟ୍ରାଫିକ ଦାୟିତ୍ୱରେ ରହିବେ । ସେହିପରି ୨ ଜଣ ଅତିରିକ୍ତ ଡିସିପିଙ୍କ ସହ, ୬ଜଣ ଏସିପି, ୫୧ ଜଣ ଆଇଆଇସି ଅଧିକାରୀ ରହିବେ ।

ଏଥିରେ ୭୦୦୦ ଲୋକଙ୍କ ପାଇଁ ବସିବା ବ୍ୟବସ୍ଥା ହୋଇଛି ।ଡଟ୍ ଫେଷ୍ଟ ସମୟରେ ରାମମନ୍ଦିର ଛକରୁ ସଚିବାଳୟ ମାର୍ଗ ପର୍ଯ୍ୟନ୍ତ ସଂଧ୍ୟାରେ ଗାଡ଼ି ଚଳାଚଳ ବନ୍ଦ ରହିବ ।

୬ଟି ପର୍ଯାୟରେ ଲୋକଙ୍କ ବସିବା ପାଇଁ ବ୍ୟବସ୍ଥା କରାଯାଇଥିବା ବେଳେ, ଲୋକମାନେ ଛିଡ଼ା ହୋଇ ଦେଖିବାର ବ୍ୟବସ୍ଥା ହୋଇଛି ।

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!