ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସିଲା ଟୁରିଷ୍ଟ ବସ, ୨ ମୃତ

ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସିଲା ଟୁରିଷ୍ଟ ବସ।ଦୁଇ ମହିଳା ମୃତ 4୦ ଆହାତ।ଢେଙ୍କାନାଳ ସଦରଥାନା ଅନ୍ତର୍ଗତ ପଞ୍ଚୁବଟି ନିକଟରେ ଘଟିଛି ଦୁର୍ଘଟଣା।

ବ୍ରିଜ ସାଇଟ ବାଡା ଭାଙ୍ଗି ବସଟି କେନାଲ କୁ ଖସି ପଡିଥିବା ସୁଚନା।ଦୁର୍ଘଟଣାରେ ଦୁଇ ମହିଳା ମୃତ୍ୟୁ ହୋଇଥିବା ସୁଚନା।ମୃତକ ହେଲେ କେନ୍ଦ୍ରାପଡା ଇଛାପୁର ଗାଁର ରେଣୁବାଳା ଜେନା ବିଜୟଲକ୍ଷ୍ମୀ ସ୍ୱାଇଁ ମୃତ।

ସମସ୍ତ ଆହତଙ୍କୁ ପ୍ରଥମେ ଢେଙ୍କାନାଳ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ୧୫ ଜଣଙ୍କୁ କଟକ ମେଡିକାଲ ସ୍ଥାନାନ୍ତର କରାଯାଇଛି।

କେନ୍ଦ୍ରାପଡା ଜିଲ୍ଲା ଇଛାପୁର ଗାଁରୁ ୪୩ ଜଣ ସମ୍ବଲପୁର ବଲାଙ୍ଗୀର ବୁଲିବା ପାଇଁ ଯାଇଥିଲେ। ଦୁର୍ଘଟଣାର କାରଣ ଅସ୍ପଷ୍ଟ। ପୋଲିସର ତଦନ୍ତ ଜାରି।

Post Views27 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!